ସଲମାନଙ୍କ ବିଷୟରେ ଏକ ବଡ଼ କଥା କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ସଲମାନ ଖାନ୍‌ ଅନେକ ସମୟରେ ତାଙ୍କର ଉତ୍ତମ ସ୍ବଭାବ ସହିତ ଲୋକଙ୍କ ହୃଦୟ ଜିତିଥାନ୍ତି। ସେ ଭଲ କାମ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ବଲିଉଡ୍‌ରେ ମଧ୍ୟ ସେ ଅନେକ ନୂଆ ଅଭିନେତ୍ରୀଙ୍କୁ ସୁବର୍ଣ୍ଣ ସୁଯୋଗ ଦେଇଛନ୍ତି। ବନ୍ଧୁତା ପାଇଁ ତାଙ୍କର ଉଦାହରଣ ମଧ୍ୟ ଅନନ୍ୟ। ତାଙ୍କର ଉଦାରତା ହେତୁ ସେ ସର୍ବଦା ଚର୍ଚ୍ଚାରେ ଥାଆନ୍ତି। ଆୟେଶା ଜୁଲ୍‌କା ସଲମାନଙ୍କ ବିଷୟରେ ଏକ ବଡ଼ ରାଜ୍‌ ପ୍ରକାଶ କରିଛନ୍ତି।

ଏକ ସାକ୍ଷାତକାରରେ ଆୟେଶା କହିଛନ୍ତି, ୧୯୯୧ରେ ରିଲିଜ ହୋଇଥିବା ଫିଲ୍ମ ‘କୁର୍ବାନ’ ଜରିଆରେ ସେ ଅଭିନୟ ଜଗତରେ ପାଦ ଥାପିଥିଲେ। ଏହି ଫିଲ୍ମରେ ସେ ସଲମାନଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସେ କହିଥିଲେ, ସେ ସଲମାନଙ୍କର ଜଣେ ବଡ଼ ପ୍ରଶଂସକ ଅଟନ୍ତି। କାରଣ ସେ କେବଳ ଜଣେ ଭଲ ଅଭିନେତା ନୁହନ୍ତି ବରଂ ଜଣେ ଭଲ ମଣିଷ ଅଟନ୍ତି। ସେ କହିଛନ୍ତି, ସଲମାନ ବଳକା ଖାଦ୍ୟକୁ ଶୁଟିଂସେଟରେ ନଷ୍ଟ ହେବାକୁ ଦିଅନ୍ତି ନାହିଁ। ସେ ସର୍ବଦା କାହାକୁ ନା କାହାକୁ ଖୋଜି ସେହି ଖାଦ୍ୟ ବାଣ୍ଟି ଦେଉଥିଲେ। କେବଳ ଏତିକି ନୁହେଁ, ଶୁଟିଂରୁ ଘରକୁ ଯିବା ବେଳେ ମଧ୍ୟ ସେ ବଳକା ଖାଦ୍ୟ ପ୍ୟାକ୍‌ କରି ରାସ୍ତାରେ ଗରିବ ଲୋକଙ୍କୁ ଖାଇବାକୁ ଦେଉଥିଲେ।

ଆୟେଶା ୯୦ ଦଶକରେ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସେ ତାଙ୍କ କ୍ୟାରିଅରରେ ‘ଖିଲାଡି’, ‘ଯୋ ଜିତା ଓ୍ବ ହି ସିକନ୍ଦର’, ‘ବଲ୍‌ମା’, ‘ରଙ୍ଗ’ ଏବଂ ‘ବକ୍ତ ହମାରା ହୈ’ ଭଳି ଅନେକ ହିଟ୍‌ ଫିଲ୍ମ କରିଛନ୍ତି। ଏହି ଫିଲ୍ମଗୁଡ଼ିକରେ ତାଙ୍କ ଚରିତ୍ରଗୁଡ଼ିକ ବହୁ ଶକ୍ତିଶାଳୀ ଥିଲା। ଆୟେଶା ବଲିଉଡ୍‌ର ଜଣେ ଶ୍ରେଷ୍ଠ ତଥା ସୁନ୍ଦର ଅଭିନେତ୍ରୀ। ବହୁ ବର୍ଷ ପୂର୍ବରୁ ସେ ବଲିଉଡ୍‌ ଛାଡ଼ି ଜଣେ ବ୍ୟବସାୟିକ ମହିଳା ହୋଇଥିଲେ।  ସେ ଦୀର୍ଘ ଦୀର୍ଘଦିନ ପରେ ଓଟିଟିକୁ ଫେରିଥିଲେ। ତାଙ୍କୁ ଆମାଜନ ପ୍ରାଇମ ଭିଡିଓରେ ‘ହୁଶ୍‌ ହୁଶ୍‌’ରେ ଦେଖିବାକୁ ମିଳିଥିଲା। ଏହି ସିରିଜରେ ସୋହା ଅଲି ଖାନ୍‌, ଜୁହି ଚାଓ୍ବଲା, କ୍ରିତିକା କାମ୍ରା, ଶାହାନା ଗୋସ୍ବାମୀ ଏବଂ କରିସ୍ମା ତନ୍ନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ।

Share