ସଲମାନଙ୍କ ବିଷୟରେ ଏକ ବଡ଼ କଥା କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ସଲମାନ ଖାନ୍‌ ଅନେକ ସମୟରେ ତାଙ୍କର ଉତ୍ତମ ସ୍ବଭାବ ସହିତ ଲୋକଙ୍କ ହୃଦୟ ଜିତିଥାନ୍ତି। ସେ ଭଲ କାମ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ବଲିଉଡ୍‌ରେ ମଧ୍ୟ ସେ ଅନେକ ନୂଆ ଅଭିନେତ୍ରୀଙ୍କୁ ସୁବର୍ଣ୍ଣ ସୁଯୋଗ ଦେଇଛନ୍ତି। ବନ୍ଧୁତା ପାଇଁ ତାଙ୍କର ଉଦାହରଣ ମଧ୍ୟ ଅନନ୍ୟ। ତାଙ୍କର ଉଦାରତା ହେତୁ ସେ ସର୍ବଦା ଚର୍ଚ୍ଚାରେ ଥାଆନ୍ତି। ଆୟେଶା ଜୁଲ୍‌କା ସଲମାନଙ୍କ ବିଷୟରେ ଏକ ବଡ଼ ରାଜ୍‌ ପ୍ରକାଶ କରିଛନ୍ତି।

ଏକ ସାକ୍ଷାତକାରରେ ଆୟେଶା କହିଛନ୍ତି, ୧୯୯୧ରେ ରିଲିଜ ହୋଇଥିବା ଫିଲ୍ମ ‘କୁର୍ବାନ’ ଜରିଆରେ ସେ ଅଭିନୟ ଜଗତରେ ପାଦ ଥାପିଥିଲେ। ଏହି ଫିଲ୍ମରେ ସେ ସଲମାନଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସେ କହିଥିଲେ, ସେ ସଲମାନଙ୍କର ଜଣେ ବଡ଼ ପ୍ରଶଂସକ ଅଟନ୍ତି। କାରଣ ସେ କେବଳ ଜଣେ ଭଲ ଅଭିନେତା ନୁହନ୍ତି ବରଂ ଜଣେ ଭଲ ମଣିଷ ଅଟନ୍ତି। ସେ କହିଛନ୍ତି, ସଲମାନ ବଳକା ଖାଦ୍ୟକୁ ଶୁଟିଂସେଟରେ ନଷ୍ଟ ହେବାକୁ ଦିଅନ୍ତି ନାହିଁ। ସେ ସର୍ବଦା କାହାକୁ ନା କାହାକୁ ଖୋଜି ସେହି ଖାଦ୍ୟ ବାଣ୍ଟି ଦେଉଥିଲେ। କେବଳ ଏତିକି ନୁହେଁ, ଶୁଟିଂରୁ ଘରକୁ ଯିବା ବେଳେ ମଧ୍ୟ ସେ ବଳକା ଖାଦ୍ୟ ପ୍ୟାକ୍‌ କରି ରାସ୍ତାରେ ଗରିବ ଲୋକଙ୍କୁ ଖାଇବାକୁ ଦେଉଥିଲେ।

ଆୟେଶା ୯୦ ଦଶକରେ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସେ ତାଙ୍କ କ୍ୟାରିଅରରେ ‘ଖିଲାଡି’, ‘ଯୋ ଜିତା ଓ୍ବ ହି ସିକନ୍ଦର’, ‘ବଲ୍‌ମା’, ‘ରଙ୍ଗ’ ଏବଂ ‘ବକ୍ତ ହମାରା ହୈ’ ଭଳି ଅନେକ ହିଟ୍‌ ଫିଲ୍ମ କରିଛନ୍ତି। ଏହି ଫିଲ୍ମଗୁଡ଼ିକରେ ତାଙ୍କ ଚରିତ୍ରଗୁଡ଼ିକ ବହୁ ଶକ୍ତିଶାଳୀ ଥିଲା। ଆୟେଶା ବଲିଉଡ୍‌ର ଜଣେ ଶ୍ରେଷ୍ଠ ତଥା ସୁନ୍ଦର ଅଭିନେତ୍ରୀ। ବହୁ ବର୍ଷ ପୂର୍ବରୁ ସେ ବଲିଉଡ୍‌ ଛାଡ଼ି ଜଣେ ବ୍ୟବସାୟିକ ମହିଳା ହୋଇଥିଲେ।  ସେ ଦୀର୍ଘ ଦୀର୍ଘଦିନ ପରେ ଓଟିଟିକୁ ଫେରିଥିଲେ। ତାଙ୍କୁ ଆମାଜନ ପ୍ରାଇମ ଭିଡିଓରେ ‘ହୁଶ୍‌ ହୁଶ୍‌’ରେ ଦେଖିବାକୁ ମିଳିଥିଲା। ଏହି ସିରିଜରେ ସୋହା ଅଲି ଖାନ୍‌, ଜୁହି ଚାଓ୍ବଲା, କ୍ରିତିକା କାମ୍ରା, ଶାହାନା ଗୋସ୍ବାମୀ ଏବଂ କରିସ୍ମା ତନ୍ନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୮ ବର୍ଷ ପରେ ପଦକ ଜିତି ଇତିହାସ ସୃଷ୍ଟି କଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ,୨୩।୯: ମୀରାବାଇ ଚାନୁ ୨୦୨୬ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ସେ ଏହି ରୌପ୍ୟ ପଦକ ହାସଲ…

ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ରାସ୍ତାରେ ବାଣ ଫୁଟାଇଲେ ହେବ…

ମୁମ୍ବାଇ,୨୩ା୯: ପର୍ବପର୍ବାଣୀ ସମୟରେ ହେଉଥିବା ପ୍ରବଳ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌ ଅନ୍ତର୍ଗତ ବଡ଼ନୂଆଗାଁ ଅଞ୍ଚଳରେ ବୁଧବାର ସକାଳେ ଭାଲୁ ଆକ୍ରମଣରେ ଜଣେ ଯୁବକ…

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ

ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…

ସୁନିତା ଆହୁଜା ନୁହେଁ ବରଂ କୋମଲ ରାଣୀଙ୍କ ସହ ‘ଲାଲବାଗଚା ରାଜା’ ଦର୍ଶନ କରିବାକୁ ଯାଇଥିଲେ ଗୋବିନ୍ଦା, ୟୁଜର୍ସ କହିଲେ…

ମୁମ୍ବାଇ,୨୩।୯: ଗତ କିଛି ସମୟ ଧରି ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଏକ ବିବାଦ ଚାଲିଆସୁଛି। ଗୋବିନ୍ଦାଙ୍କର ତାଙ୍କ ସହ-କଳାକାର କୋମଲ ରାଣୀଙ୍କ ସହ ସମ୍ପର୍କ…

ହାଡୁ ନାଏକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଦେବଗଡ଼,୨୩।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ପୌରାଞ୍ଚଳ ରଜାମୁଣ୍ଡା ସାହିରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଉତ୍ତେଜନା। ରଜାମୁଣ୍ଡା ଛକ ନିକଟ ପୁରୁଣା ଏନଏଚରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା…

ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଛତ୍ରପୁର କୋର୍ଟ ଷ୍ଟେଶନ ସାହି ନିବାସୀ ତଥା ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକ (୮୯)ଙ୍କ ବୁଧବାର ସକାଳେ ନିଜ ବାସଭବନରେ…

୨ ସୁଯୋଗ୍ୟ ସନ୍ତାନ ସରସ୍ବତୀ-ଜିତେନ୍ଦ୍ର ସମ୍ବର୍ଦ୍ଧିତ: ଅଞ୍ଚଳ ପାଇଁ ଆଣିଲେ ଗୌରବ

କର୍ଲାମୁଣ୍ଡା,୨୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୌରକେଲା ଗ୍ରାମର ଶ୍ରୀରାମ ମଣ୍ଡପ ପରିସରରେ ମା’ ସୁନାମୁଖୀ ଯୁବ ସଂଗଠନ, ପୌରକେଲା ପକ୍ଷରୁ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?