ମା’ ହେବା ପରେ ଗ୍ଲାମରସକୁ ଫେରିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଙ୍ଗଳା ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜାହାଁ ଅଭିନୟ ଜଗତ ଏବଂ ରାଜନୀତିରେ ବେଶ୍‌ ନାଁ କମାଇଛନ୍ତି। ନୁସରତ ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ତଳେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କର ମା’ ହେବା ଖବର ବି ଖୁବ୍‌ ଚର୍ଚ୍ଚାରେ ଥିଲା। କାରଣ ତାଙ୍କର ସନ୍ତାନର ପ୍ରକୃତ ବାପା କିଏ ସେନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଶେଷରେ ଅଭିନେତ୍ରୀ ତାଙ୍କ ପିଲାର ବାପା ଦେବାଶିଷ ଦାଶଗୁପ୍ତା ବୋଲି ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ଆପଣ ଭାବିବେ ଏହି ଦେବାଶିଷ ଦାସଗୁପ୍ତା ପୁଣି କିଏ? ଇଏ ହେଉଛନ୍ତି ନୁସରତଙ୍କ ବନ୍ଧୁ ତଥା ପ୍ରେମିକ। ଯାହାଙ୍କ ନାମ ପୁଅର ଜନ୍ମ ପ୍ରମାଣପତ୍ରରେ ଲେଖାଯାଇଛି। ତାଙ୍କୁ ୟଶ ଦାସଗୁପ୍ତା ନାମରେ ସମସ୍ତେ ଜାଣନ୍ତି।

ମା’ ହେବା ପରେ ନୁସରତ ପୁଣି ଗ୍ଲାମରସକୁ ଫେରିଛନ୍ତି। ତାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ଭାରତୀୟ ଲୁକ୍‌ରେ ନୁସରତ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ତାଙ୍କର ଏହି ଫଟୋକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି।

Share