କାଚରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ: ସେଲିବ୍ରିଟିମାନେ ସବୁବେଳେ କିଛି ନା କିଛି କରି ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାନ୍ତି। ସେମିତି ସେଲିବ୍ରିଟିଙ୍କ ମଧ୍ୟରୁ ଉର୍ଫି ଜାଭେଦ ହେଉଛନ୍ତି ଜଣେ। ବିଶେଷକରି ଉର୍ଫି ସବୁବେଳେ ଅଦ୍ଭୁତ ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ କାଚରେ ତିଆରି ଡ୍ରେସ୍‌ ପିନ୍ଧିଛନ୍ତି। ଏହା ପୂର୍ବରୁ ସେ ଅଖାର ଏକ ଡ୍ରେସ୍‌ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ। ସେ କାଚର ଡ୍ରେସ୍‌ ପିନ୍ଧିବା ସହ କାଚରେ ନିଜ ମୁହଁକୁ ଘୋଡ଼ାଇ ରଖିଛନ୍ତି। ଫଟୋ ଶେୟାର ହେବାର ୪୮ ମିନିଟ୍‌ରେ ଏହା ୪୩୦୦୦ରୁ ଅଧିକ ଲାଇକ୍‌ ପାଇଛି। ଭିଡିଓରେ ପ୍ରାୟ ୨୩୦୦ଟି ମନ୍ତବ୍ୟ ଦିଆଯାଇଛି। ଅନେକ ଲୋକ ଫାୟାର ଇମୋଜି ବି ଦେଇଛନ୍ତି।

ଉର୍ଫିଙ୍କୁ ଅନେକ ଲୋକ ଟ୍ରୋଲ ବି କରିଛନ୍ତି। ଭିଡିଓ ଶେୟାର କରି ଉର୍ଫି ଲେଖିଛନ୍ତି, ‘ଦର୍ଦ୍ଦ ଡିସ୍କୋ’।  ଏଥିରେ ମୁଁ କ’ଣ ମେକ୍‌ଅପ୍‌ ଏବଂ ହେୟାର କ୍ରେଡିଟ୍‌ ଦେବି’। ଉର୍ଫିଙ୍କୁ ଏପରି ବୋଲ୍ଡ ଅବତାରରେ ଦେଖି କିଛି ଲୋକ ନାକ ଟେକିଛନ୍ତି। ଆଉ କିଛି ଲୋକ ତାଙ୍କୁ ପ୍ରଶଂସା ବି କରିଛନ୍ତି। ଉର୍ଫିଙ୍କୁ ବିଗ୍‌ବସ୍‌ ଓଟିଟି ପ୍ଲାଟ୍‌ଫର୍ମରେ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ସେ ଅନେକ ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ଅଭିନୟ କରିଛନ୍ତି। ଏଥିରୁ ପ୍ରେରଣା ନେଇ ସେ ଅଧିକ ଅଧିକ ଭିଡିଓ କରନ୍ତି।

Share