ପୁଣି ଥରେ ବୋଲ୍ଡ ଫଟୋ ଶେୟାର କରି ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ ପୁଣି ଥରେ ଏକ ବୋଲ୍ଡ ଫଟୋ ଶେୟାର କରିଛନ୍ତି। ଗୁରୁବାର ସମସ୍ତ ସୀମା ଭାଙ୍ଗି ସେ ଇନ୍‌ଷ୍ଟାଗ୍ରାମରେ ଏପରି ଫଟୋ ଶେୟାର କରିଛନ୍ତି। ଯଦିଓ ଏହା ପ୍ରଥମ ଘଟଣା ନୁହେଁ, ଦିଶା ପୂର୍ବରୁ ବହୁବାର ବୋଲ୍ଡ ଏବଂ ବିକ୍‌ନୀ ଫଟୋ ଶେୟାର କରିଛନ୍ତି। ଯେଉଁଥିପାଇଁ ତାଙ୍କୁ ଅନେକ ଥର ଟ୍ରୋଲର ସାମ୍ନା କରିବାକୁ ପଡ଼ିଛି।

ନିକଟରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ ଆକ୍ସନ-ଡ୍ରାମା ‘ଯୋଦ୍ଧା’ ପାଇଁ ଶୁଟିଂ ଶେଷ କରିଥିଲେ। ଏହାପୂର୍ବରୁ ଶନିବାର ସେ ଶୁଟିଂସେଟ୍‌ରେ ଏକ ଭିଡିଓ ଶୁଟ୍‌ କରି ଏହି ଖବରକୁ ନିଶ୍ଚିତ କରିଥିଲେ। ଇନ୍‌ଷ୍ଟାଗ୍ରାମରେ ଶେୟାର ହୋଇଥିବା ଭିଡିଓରେ ଦିଶା ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ଭାଇରାଲ ଗୀତ ‘ହୁ ସେକ୍ସି ଆଇ ଆମ ସେକ୍ସି’ ନାଚୁଥିବାର ନଜର ଆସିବେ।

ଏପର୍ଯ୍ୟନ୍ତ ୧୨ ଲକ୍ଷ ୩୭ ହଜାରରୁ ଅଧିକ ଲୋକ ଦିଶାଙ୍କ ଏହି ଫଟୋକୁ ପସନ୍ଦ କରିଛନ୍ତି ଏବଂ ଏଥିରେ ହଜାର ହଜାର କମେଣ୍ଟ ବି ୟୁଜରମାନେ ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଶାଙ୍କ ଅଧିକାଂଶ ପ୍ରଶଂସକ ଏହି ଫଟୋରେ ହୃଦୟ ଏବଂ ଫାୟାର ଇମୋଜି ଦେଇଛନ୍ତି। ଏହାପୂର୍ବରୁ ଦିଶା ଟାଇଗର ଶ୍ରଫଙ୍କ ଫଟୋରେ କମେଣ୍ଟ ଦେଇଥିଲେ। ଏହା ପରେ ଦିଶା ଏବଂ ଟାଇଗରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଛି।

Share