ଇଜିପ୍ଟରେ ଛୁଟି କାଟୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ହିନା ଖାନ୍‌ ବର୍ତ୍ତମାନ ଇଜିପ୍ଟରେ ଛୁଟି କାଟୁଛନ୍ତି। ଏହି ସମୟର କିଛି ସୁନ୍ଦର ଫଟୋ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ସେ ତାଙ୍କ ପ୍ରେମିକ ରକି ଜୟଶ୍ୱାଲଙ୍କ ସହ ଇଜିପ୍ଟ ବୁଲିବାକୁ ଯାଇଥିବା ଦେଖିବାକୁ ମିଳିଛି। ଏହି ଖୁସି ମୁହୂର୍ତ୍ତର ଫଟୋଗୁଡ଼ିକ ଏବେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ସେ ଏ କଲରଫୁଲ୍‌ ଡ୍ରେସ୍‌ ପିନ୍ଧିଥିବା ନଜର ଆସିଛନ୍ତି।

ହିନା ଫିଲାଇ ମନ୍ଦିରରେ ଫଟୋ ପୋଜ୍‌ ଦେଇଛନ୍ତି। ସେ ସୂର୍ଯ୍ୟଙ୍କୁ ଚାହିଁ ଫଟୋ ଉଠାଇଛନ୍ତି। ଫଟୋ ଶେୟାର କରି ହିନା କ୍ୟାପଶନ ଲେଖିଛନ୍ତି, ‘ଇତିହାସ ଆମଠାରୁ ନୁହେଁ, ଆମେ ଇତିହାସରୁ ଆସିଛୁ’।

ଇନ୍‌ଷ୍ଟାଗ୍ରାମରେ ହିନା ଶେୟାର କରିଥିବା ଫଟୋକୁ ମାତ୍ର ୩ ଘଣ୍ଟାରେ ୧୧୫୦୦୦ ଲୋକ ପସନ୍ଦ କରିସାରିଲେଣି। ଏଥିରେ ୮୦୦ରୁ ଅଧିକ କମେଣ୍ଟ କରାଯାଇଛି। ଅନେକ ଲୋକ ହାର୍ଟ ଏବଂ ଫାୟାର ଇମୋଜି ଦେଇଥିବା ବେଳେ ଅନେକ ୟୁଜର ହଟ୍‌, ବିୟୁଟିଫୁଲ୍‌, କୁଲ୍‌ ଆଦି ସୁନ୍ଦର ସୁନ୍ଦର ମନ୍ତବ୍ୟ ଦେଇଛନ୍ତି।

Share