ବୟଫ୍ରେଣ୍ଡଙ୍କ ସହ ଦୁବାଇରେ ଛୁଟି କାଟୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ଜସ୍ମିନ ଏବଂ ଅଲୀ ଗୋନି ବିଗ୍‌ବସ-୧୪ ଶେଷ ହେବା ପରେ ଦୁହେଁ ଦୁହିଁଙ୍କ ସହ ଅଧିକ ସମୟ ବିତାଉଛନ୍ତି। ଏହି ଦୁଇ ଯୋଡ଼ି ଏବେ ଦୁବାଇରେ ଛୁଟି ମନାଉଛନ୍ତି। ଜସ୍ମିନ-ଅଲୀ ଦୁବାଇ ବୁଲିବା ସମୟର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେଉଛି। ପ୍ରଶଂସକମାନେ ଏହି ଯୋଡ଼ିଙ୍କୁ ଦେଖି ଖୁସି ହେଉଛନ୍ତି।

ଜସ୍ମିନ ତାଙ୍କ ଇନ୍‌ଷ୍ଟାଗ୍ରାମରେ ବୟଫ୍ରେଣ୍ଡ ଅଲୀଙ୍କ ସହିତ ଏକ ଫଟୋ ଶେୟାର କରି ପ୍ରଶଂସକମାନଙ୍କୁ କ୍ୟାପଶନ ଦେବାକୁ କହିଥିଲେ। ଜସ୍ମିନଙ୍କ ଅନୁରୋଧ ରକ୍ଷା କରି ପ୍ରଶଂସକମାନେ ବି ଭଲ ଭଲ କମେଣ୍ଟ ସବୁ ଦେବାରେ ଲାଗିଛନ୍ତି। ୟୁଜରମାନେ ତାଙ୍କ ଫଟୋକୁ ତାରିଫ ବି କରୁଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ‘ନିଆଁ ଲଗାଇଦେଲ। ଆଉ ଜଣେ ୟୁଜର ଲେଖିଛନ୍ତି, ଜସ୍ମିନ ପ୍ରିନ୍ସସେସ ପରି ପ୍ରିନ୍ସଙ୍କ ସହ ଦୁବାଇରେ ଆନନ୍ଦ ଉଠାଉଛନ୍ତି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ ଜଣେ ଅନ୍ୟ ଜଣଙ୍କ ପାଇଁ’। ଏମିତି ଆହୁରି କେତେ କ’ଣ କମେଣ୍ଟରେ ଜସ୍ମିନଙ୍କ ଇନ୍‌ଷ୍ଟାଗ୍ରାମ ଭରିଯାଇଛି। ଦୁଇଜଣ ଦୁବାଇରେ ଖୁବ୍‌ ମଜା କରୁଛନ୍ତି। ଯାହା ତାଙ୍କ ଫଟୋରୁ ଜଣାପଡୁଛି। ଜସ୍ମିନ ଖୁବ୍‌ ସୁନ୍ଦର ଦେଖାଯାଉଥିବା ବେଳେ ଅଲୀ ବି ପଛରେ ନାହାନ୍ତି। ସେ ପ୍ରିଣ୍ଟେଡ ଶର୍ଟ, ଡେନିମ୍ସ ଜିନ୍ସ, ମୁଣ୍ଡରେ ସାଫା ଲଗାଇ ହ୍ୟାଣ୍ଡସମ ଦିଶୁଛନ୍ତି।

Share