କଶ୍ମୀର ଲୁକ୍‌ରେ ଏହି ଅଭିନେତ୍ରୀ

ମୁମ୍ବାଇ: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଏମ୍‌ପି (ଟିଏମ୍‌ସି) ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁ ରାଜନୀତି, ଅଭିନୟ ବ୍ୟତୀତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।

ମା’ ହେବା ପରେ ନୁସରତ ସୋସିଆଲ ମିଡିଆରେ ୟଶ ଦାସଗୁପ୍ତାଙ୍କ ସହ ଧୀରେ ଧୀରେ ନିଜର ସମ୍ପର୍କ ପେଡ଼ି ଖୋଲୁଛନ୍ତି। ନୁସରତ ତାଙ୍କର ଅନେକ ଫଟୋ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି।ଏହି ଫଟୋଗୁଡ଼ିକରେ ତାଙ୍କ ଲୁକ୍‌ ଖୁବ୍‌ ସୁନ୍ଦର ଦେଖାଯାଉଛି।

ଏହି ଫଟୋରେ ସେ କଶ୍ମୀର ଗେଟ୍‌ଅପ୍‌ରେ ନଜର ଆସିଛନ୍ତି। ହାତରେ ସେ ଫୁଲତୋଡ଼ା ବି ଧରିଛନ୍ତି। ଏକ ମେରୁନ କଲରର କଶ୍ମୀର ଡ୍ରେସ୍‌ ପିନ୍ଧିଥିବା ବେଳେ ଏହା ସହ ମ୍ୟାଚ୍‌ କରି ଜୁଏଲରୀ ବି ପିନ୍ଧିଛନ୍ତି। ଯାହା ତାଙ୍କୁ ଖୁବ୍‌ ମାନୁଛି।

Share