ଚତୁର୍ଥଥର ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ହଲିଉଡ ଅଭିନେତ୍ରୀ ତଥା ଗାୟିକା ଜେନିଫର ଲୋପେଜ ଖୁବ୍‌ଶୀଘ୍ର ଚତୁର୍ଥ ବିବାହ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ୫୨ ବର୍ଷୀୟା ଜେନିଫର୍‌ ଏକ ବିନ୍ଦାସ ଜୀବନଶୈଳୀ ବଞ୍ଚନ୍ତି। କରନ୍ତି। ସେ ଖୁବ୍‌ଶୀଘ୍ର ଖ୍ୟାତିସମ୍ପନ୍ନ ହଲିଉଡ ଅଭିନେତା ବେନ ଆଫ୍ଲେକଙ୍କୁ ବିବାହ କରିବେ ବୋଲି କୁହାଯାଉଛି। ଏହା ଜେନିଫରଙ୍କ ଚତୁର୍ଥ ବିବାହ ହେବ। ସେ ପୂର୍ବରୁ ୩ଥର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। କିନ୍ତୁ ୩ଥର ଯାକ ତାଙ୍କ ଛାଡପତ୍ର ହୋଇସାରିଛି। ଏକ ସାକ୍ଷାତକାରରେ ତାଙ୍କ ବିବାହ ବିଷୟରେ ଏକ ମଜାଦାର କଥା କହିଛନ୍ତି ଜେନିଫର। ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ମ୍ୟାରି ମି’ କୁ ପ୍ରମୋଟ କରୁଛନ୍ତି ସେ । ଏହି କ୍ରମରେ ଜେନିଫର ଏକ ଶୋ’ରେ ପହଞ୍ଚିଥିଲେ। ଏହି ଶୋ’ରେ ତାଙ୍କ ବିବାହ ବିଷୟରେ ପ୍ରଶ୍ନ ପଚରାଯାଇଥିଲା। ଜେନିଫର୍‌ ଏହାଶୁଣି ହସିକି କହିଥିଲେ, ତୁମେ ଜାଣ ଯେ ମୁଁ ଜଣେ ରୋମାଣ୍ଟିକ ବ୍ୟକ୍ତି। ମୁଁ ପୂର୍ବରୁ ଅନେକ ଥର ବିବାହ କରିସାରିଛି। ଏବେ ସୁଦ୍ଧା ମୁଁ ‘ହାପି ଏଭର୍‌ ଆଫ୍‌ଟର୍‌’ ଉପରେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରେ ଏବଂ ମୁଁ ତାହା କରିବି ମଧ୍ୟ। ଜେନିଫର୍‌ ଲୋପେଜ ଏବଂ ବେନ ଆଫ୍ଲେକଙ୍କୁ ଅନେକ ସମୟରେ ଏକାଠି ଦେଖାଯାଏ।ଗତ ମାସରେ ଫିଲ୍ମ ‘ଦ ଲାଷ୍ଟ ଡୁଏଲଟ୍‌’ର ପ୍ରିମିୟରରେ ଦୁହେଁ ଏକାଠି ନଜର ଆସିଥିଲେ। ଜେନିଫର୍‌ ତାଙ୍କ ଇନଷ୍ଟାଗ୍ରାମରେ ପ୍ରିମିୟରର ଏକ ଫଟୋ ମଧ୍ୟ ଶେୟାର କରିଥିଲେ।
୧୯୯୭ ମସିହାରେ ପ୍ରଥମ ଥର ପାଇଁ ଓଜାନି ନୋଆଙ୍କୁ ବିବାହ କରିଥିଲେ ଜେନିଫର। ଏହି ବିବାହ ମାତ୍ର ଏକ ବର୍ଷ ଧରି ଚାଲିଥିଲା। ଏହା ପରେ, ୨୦୦୧ ମସିହାରେ, ଜେନିଫର୍‌ କ୍ରିସ ଜୁଡଙ୍କୁ ବିବାହ କରିଥିେ, କିନ୍ତୁ ଦୁଇ ବର୍ଷ ପରେ, କ୍ରିସ ତାଙ୍କୁ ଛାଡିଦେଇଥିଲେ। ୨୦୦୪ ମସିହାରେ ସେ ମାର୍କ ଆନ୍ଥୋନିଙ୍କୁ ବିବାହ କରିଥିଲେ। ଏହି ବିବାହ ଟିକିଏ ଅଧିକ ସମୟ ରହିଲା ଏବଂ ୧୦ ବର୍ଷ ପରେ ଉଭୟ ଅଲଗା ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri