ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି ଅଭିନେତ୍ରୀ

ମୁମ୍ବାଇ: ‘ଦ ଗ୍ରେଟ ଇଣ୍ଡିଆନ କିଚେନ’ର ହିନ୍ଦୀ ରିମେକ ପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି ଅଭିନେତ୍ରୀ ସାନ୍ୟା ମାଲହୋତ୍ରା । ‘ଦ ଗ୍ରେଟ ଇଣ୍ଡିଆନ କିଚେନ’ ହେଉଛି ମାଲାୟାଲମ ଭାଷୀ ଡ୍ରାମା ଫିଲ୍ମ । ତେବେ ଫିଲ୍ମଟି ଜଣେ ନବ ବିବାହିତା ମହିଳାଙ୍କ କାହାଣୀକୁ ନେଇ ହୋଇଛି। ଯିଏକି ନିଜ ସ୍ବାମୀ ଓ ତାଙ୍କ ପରିବାରର ଆଶା ଅନୁସାରେ ଜଣେ ଭଲ ସ୍ତ୍ରୀ ହେବାକୁ ସଂଘର୍ଷ କରୁଛନ୍ତି ।

ଫିଲ୍ମକୁ ନେଇ ନିଜର ଉତ୍ସାହ ଶେୟାର କରି ସାନ୍ୟା କହିଛନ୍ତି ‘ଜଣେ କଳାକାର ଭାବେ ‘ଦ ଗ୍ରେଟ ଇଣ୍ଡିଆନ କିଚେନ’ଠାରୁ ଅଧିକ ଭଲ ଚରିତ୍ର ମୁଁ ହୁଏତ ପାଇ ପାରି ନ ଥାନ୍ତି। ଶୁଟିଂ ଆରମ୍ଭ କରିବାକୁ ମୁଁ ଖୁବ୍‌ ଉତ୍ସାହିତ ଅଛି ବୋଲି ସେ କହିଛନ୍ତି।

Share