ଏହି ଅଭିନେତ୍ରୀ କେବେ କରିନାହାନ୍ତି କିସ୍‌ ସିନ୍‌, କାରଣ ଜାଣିଲେ…

ମୁମ୍ବାଇ: ଏକ ସମୟ ଥିଲା. ଯେତେବେଳେ ବୋଲ୍ଡ ସିନ୍‌ ଦେବା ଇଣ୍ଡଷ୍ଟ୍ରିରେ ବଡ଼ କଥା ଥିଲା। ଆଜିର ଫିଲ୍ମରେ ବୋଲ୍ଡ ଏବଂ ଅନ୍ତରଙ୍ଗ ସିନ୍‌ ସାଧାରଣ ହୋଇଗଲାଣି। କିସ୍‌ ସିନ୍‌ ତ ଦୂରର କଥା ସେହି ସମୟରେ ଅଭିନୟ କରୁଥିବା ଅଭିନେତ୍ରୀମାନଙ୍କୁ ବି ଲୋକେ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ।

ଏହି କାରଣରୁ ଅଭିନେତ୍ରୀ ମମତାଜ ବୋଲ୍ଡ ସିନ୍‌ ଶୁଟିଂରୁ ନିଜକୁ ଦୂରେଇ ରଖିଥିଲେ। ଅତୀତରେ ଏକ ସାକ୍ଷାତକାରରେ ମମତାଜ କହିଥିଲେ, ଯଦି ସେ ଏପରି ସିନ୍‌ କରିଥାନ୍ତେ, ତେବେ ତାଙ୍କ ଶାଶୁ ତାଙ୍କୁ ଗ୍ରହଣ କରି ନ ଥାନ୍ତେ।

ମମତାଜ ତାଙ୍କ ସମୟର ଜଣେ ଦକ୍ଷ ଅଭିନେତ୍ରୀ ଥିଲେ। ସେ ନିଜର ଚମତ୍କାର ଚେହେରା ଏବଂ ସୁନ୍ଦର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ। ଯଦିଓ ମମତାଜ ଆଜି ଇଣ୍ଡଷ୍ଟ୍ରିରୁ ଦୂରରେ ଅଛନ୍ତି, ତଥାପି ତାଙ୍କ ଷ୍ଟାଇଲ୍‌ ଏବଂ ଅଭିନୟ ଦର୍ଶକଙ୍କ ସ୍ମୃତିରେ ଛାପ ହୋଇ ରହିଯାଇଛି।

ମମତାଜଙ୍କ ସମୟରେ ରାଜେଶ ଖାନ୍ନା, ଫିରୋଜ ଖାନ୍‌ଙ୍କ ଭଳି ସୁପରଷ୍ଟାରଙ୍କ ସହ ସେ ସ୍କ୍ରିନ ଶେୟାର କରିଛନ୍ତି। କିନ୍ତୁ ସେ ପରଦାରେ କୌଣସି ହିରୋଙ୍କୁ କିସ୍‌ ଦେଇ ନ ଥିଲେ। ମମତାଜ କହିଥିଲେ, ‘ମୁଁ କେବେ ବୋଲ୍ଡ ସିନ୍‌ କରିନାହିଁ। ପରଦାରେ କେବେ କିସ୍‌ ବି ଦେଇନାହିଁ।

ଅବଶ୍ୟ, ମମତାଜଙ୍କ କ୍ୟାରିୟରରେ ଏକ ପରିବର୍ତ୍ତନ ଆସିଥିଲା। ସେ ତାଙ୍କର ଗୋଟିଏ ଫିଲ୍ମ ‘ଅପରାଧ’ରେ ବିକ୍‌ନୀ ପିନ୍ଧିଥିଲେ। ଏହାର ମଧ୍ୟ ଏକ କାରଣ ଥିଲା। ସେ କୁହନ୍ତି, ମୁଁ ଅନୁଭବ କଲି ଯେ, ମୋ ଜଙ୍ଘ ମୋଟା, କିନ୍ତୁ ସେପରି ନ ଥିଲା। ସେତେବେଳେ ଅଭିନେତା ଫିରୋଜ ଖାନ୍‌ କହିଥିଲେ, ଯଦି ତୁମେ ଏହାକୁ ପସନ୍ଦ କର ନାହିଁ ତେବେ ଏହାକୁ ହଟାଇ ଦିଆଯାଇପାରିବ।

ଆଜିର ସିନେମା ଏବଂ ବଲିଉଡ୍‌ ବିଷୟରେ ମମତାଜ କହିଛନ୍ତି, ଜଣା ନାହିଁ ଆଜିକାଲି କ’ଣ କରୁଛନ୍ତି। ପ୍ରାୟ ପ୍ରତ୍ୟେକ ସୀମା ଅତିକ୍ରମ କରିସାରିଛନ୍ତି। ମୁଁ ବହୁତ ରକ୍ଷଣଶୀଳ। ମୁଁ ଭାବୁନାହିଁ ଯଦି ମୁଁ ପରଦାରେ ବୋଲ୍ଡ ହୋଇଥାନ୍ତି ତେବେ ମୋ’ ଶାଶୁ ମୋତେ ବୋହୂ କରି ନେବାକୁ ରାଜି ହୋଇ ନ ଥାନ୍ତେ।

Share