ଅକ୍ଷୟଙ୍କ ସହ ରୋମାଣ୍ଟିକ୍‌ ହେଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ‘ପୃଥୀରାଜ’ ରିଲିଜ ନେଇ ବ୍ୟସ୍ତ ଅଛନ୍ତି। ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅକ୍ଷୟଙ୍କର ଆଉ ଏକ ଗୀତ ଟିଜର ରିଲିଜ ହୋଇଛି। ‘ମଖମଲୀ’ ଭଳି ଏକ ରୋମାଣ୍ଟିକ ଗୀତ ଟିଜରରେ ଅକ୍ଷୟ ଏବଂ ମାନୁଷୀଙ୍କ ମଧ୍ୟରେ ଥିବା ରୋମାଣ୍ଟିକ କେମେଷ୍ଟ୍ରିକୁ ଦେଖିବାକୁ ମିଳିଛି ।
‘ମଖମଲୀ’ ଗୀତର ଟିଜରକୁ ଅକ୍ଷୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରି କ୍ୟାପଶନ୍‌ରେ ଲେଖିଛନ୍ତି, ସମ୍ମାନ ଏବଂ ଭକ୍ତିର ପ୍ରତିଜ୍ଞା ସହିତ ‘ମଖମଲୀ ‘ ଗୀତର ଟିଜରକୁ ବର୍ତ୍ତମାନ ଅନୁଭବ କରନ୍ତୁ ଏବଂ ଏହାକୁ କେବଳ ସିନେମା ଘରେ ହିଁ ଦେଖନ୍ତୁ! ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ। ୩ ଜୁନ ରେ ପୃଥୀରାଜ ଫିଲ୍ମକୁ ଆପଣଙ୍କ ନିକଟ ସିନେମା ହଲରେ ଦେଖନ୍ତୁ ।
ଫିଲ୍ମରେ ଅକ୍ଷୟ କୁମାର ସମ୍ରାଟ ପୃଥୀରାଜ ଭୂମିକାରେ ଅଭିନୟ କରିଥିବାବେଳେ ମନୁଷୀ ଚିଲର ରାଜକୁମାରୀ ସଂୟୋଜିତା ଭୂମିକାରେ ନଜର ଆସିବେ । ଏହା ମାନୁଷୀଙ୍କ ବଲିଉଡରେ ଡେବ୍ୟୁ ଫିଲ୍ମ।

Share