ବିବାହିତ ସତ୍ତ୍ୱେ ପ୍ରେମରେ ପଡିଥିଲେ ଏହି ଅଭିନେତ୍ରୀ

ବି-ଟାଉନର ସବୁଠୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରେ ଅଭିନେତା ଅନୁପମ ଖେର ଏବଂ କିରନ ଖେର ଅନ୍ୟତମ। ଉଭୟ ପ୍ରେମ କାହାଣୀ ବେଶ୍‌ କୌତୁହଳପୂର୍ଣ୍ଣ। ୨୬ ଅଗଷ୍ଟ ୨୦୨୧ରେ ତାଙ୍କ ବିବାହକୁ ୩୬ ବର୍ଷ ପୂରଣ ହୋଇଛି। ଉଭୟ ୧୯୮୫ରେ ବିବାହ କରିଥିଲେ। ଥିଏଟର୍‌ରେ କାମ କରୁଥିବାବେଳେ ଦୁହିଁଙ୍କ ସାକ୍ଷାତ ହୋଇଥିଲା। ପରେ ଭଲ ବନ୍ଧୁ ହୋଇଥିଲେ। ୧୯୮୦ ମସିହାରେ କିରଣ ଚଳଚ୍ଚିତ୍ରରେ କାମ ଖୋଜିବା ପାଇଁ ମୁମ୍ବାଇ ଆସିଥିଲେ। ତା’ପରେ କିରଣ ଗୌତମ ବେରୀଙ୍କୁ ପ୍ରେମ କରିଥିଲେ ଯିଏ ବୃତ୍ତିରେ ଜଣେ ବ୍ୟବସାୟୀ ଥିଲେ। ଦୁହେଁ ବିବାହ କରିଥିଲେ ଏବଂ କିଛି ବର୍ଷ ପରେ କିରଣ ପୁଅ ସିକନ୍ଦରଙ୍କୁ ଜନ୍ମ ଦେଇଥିଲେ। କିରଣ ଗୌତମଙ୍କ ସହ ପ୍ରେମ ବିବାହ କରିଥିଲେ, କିନ୍ତୁ ସେ ଏହି ସମ୍ପର୍କକୁ ନେଇ ଖୁସି ନ ଥିଲେ। ଏହାପରେ କିରନ ଅନୁପମଙ୍କ ପ୍ରେମରେ ପଡିଥିଲେ। ଏହା ପରେ କିରଣ ତାଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେଇଥିଲେ ଏବଂ ଅନୁପମ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ। ଏହା ପରେ ଦୁହେଁ ୧୯୮୫ରେ ବିବାହ କରିଥିଲେ। ଅନୁପମ କିରଣଙ୍କ ପ୍ରଥମ ବିବାହର ସନ୍ତାନ ସିକନ୍ଦରଙ୍କୁ ତାଙ୍କ ସହ ରହିବାକୁ ଅନୁମତି ଦେଇଥିଳେ। ବହୁତ କମ ଲୋକ ଜାଣନ୍ତି ଯେ ସିକନ୍ଦର ଅନୁପମଙ୍କ ପୁଅ ନୁହଁନ୍ତି। କିରଣ ଏବଂ ଅନୁପମଙ୍କର କୌଣସି ସନ୍ତାନ ନାହିଁ ।

Share