ସୋସିଆଲ ମିଡିଆ ବ୍ୟବହାର କରନ୍ତିନି ଏହି ଅଭିନେତ୍ରୀ, କହିଲେ ଏହା ପଛର କାରଣ

ମୁମ୍ବାଇ: ବର୍ତ୍ତମାନ ସମୟରେ ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରୁଥିବା ବେଳେ କିଛି ସେଲିବ୍ରିଟି ଏଥିରୁ ଦୂରରେ ଅଛନ୍ତି। ସେଥିମଧ୍ୟରୁ ରାଣୀ ମୁଖାର୍ଜୀ ଅନ୍ୟତମ। ଏହା ପଛରେ କାରଣ ରହିଥିବା ମଧ୍ୟ କୁହନ୍ତି ରାଣୀ।

ସେ କୁହନ୍ତି, ସୋସିଆଲ ମିଡିଆରେ ଦ୍ୱାରା ସେମାନେ ସିଧାସଳଖ ଅନ୍ୟମାନଙ୍କ ସହ ଯୋଡ଼ି ହୋଇ ରହିବେ। ଏହା ଦ୍ୱରା ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ଏକ ସାକ୍ଷାତକାରରେ ରାଣୀ କହିଥିଲେ, ମୋ’ ଫୋନରେ ଏପରି ଆପ ହିଁ ନାହିଁ। ମୁଁ ଏହି ସୋସିଆଲ ମିଡିଆଠାରୁ ବହୁ ଦୂରରେ। ଏହା ଦ୍ୱାରା ମୁଁ ବ୍ୟକ୍ତିଗତ ସ୍ଥାନକୁ ବେଶ୍‌ ଉପଭୋଗ କରିପାରୁଛି। ମୁଁ ଅନୁମାନ କରୁଛି, ମୁଁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ପାଇଁ ତିଆରି ହୋଇନାହିଁ। ଏସବୁର ଆବଶ୍ୟକତା କିଛି ନାହିଁ ବୋଲି ମୁଁ ଅନୁଭବ କରେ।

ଖାଲି ରାଣୀ ନୁହନ୍ତି, ବଲିଉଡ୍‌ର ଅମୀର ଖାନ, ସୈଫ୍‌ ଅଲ୍ଲୀ ଖାନ, ରଣବୀର କପୁର, ରେଖା, ଜୟା ବଚ୍ଚନଙ୍କ ପରି ଅନେକ ବଡ଼ ବଡ଼ କଳାକାର ସୋସିଆଲ ମିଡିଆ ବ୍ୟବହାର କରନ୍ତି ନାହିଁ।

Share