ଆତ୍ମହତ୍ୟା କଲେ ଅଭିନେତ୍ରୀ

ବଙ୍ଗଳା ଟେଲିଭିଜନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ପଲ୍ଲବୀ ଦେ’ ଆତ୍ମହତ୍ୟା କରିଛନ୍ତି। କୋଲକତାର ଗାରଫାସ୍ଥିତ ଫ୍ଲାଟରେ ସେ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ମିଳିଛି। ବଙ୍ଗଳା ଟିଭି ଧାରାବାହିକ ‘ମୋନ ମାନେ ନା’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ପଲ୍ଲବୀ କ’ଣ ପାଇଁ ଏମିତି ଚରମ ପଦକ୍ଷେପ ନେଇଛନ୍ତି ତାହା ଜଣାପଡିନାହିଁ। ଏହି ମାମଲାରେ କୋଲକତା ପୋଲିସ ତଦନ୍ତ ଆରମ୍ଭ କରିଛି।
ବଙ୍ଗଳା ମନୋରଞ୍ଜନ ଶିଳ୍ପ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛି। ପଲ୍ଲବୀଙ୍କ ସହ-ତାରକା ଅନାମିତ୍ରା ବତବିଆଲ କହିଛନ୍ତି, ମୁଁ ଆଶ୍ଚର୍ଯ୍ୟ। ଆମେ ମେ ୧୨ରେ ଟିଭି ସିରିଏଲ ପାଇଁ ଶୁଟିଂ କରିଥିଲୁ ଏବଂ ପରେ କଥାବାର୍ତ୍ତା ହୋଇଥିଲୁ। କିନ୍ତୁ ହଠାତ୍‌ ତାଙ୍କ ଆତ୍ମହତ୍ୟାକୁ ବିଶ୍ୱାସ କରିହେଉନି।
ପଲ୍ଲବୀ ଟିଭି ସିରିଏଲ ‘ରେଶମ ଝମ୍ପି’ ସହିତ ନିଜର ପରିଚୟ ସୃଷ୍ଟି କରିଥିଲେ। ଏହା ପରେ ସେ ‘ଆମି ସିରାଜର ବେଗମ’ରେ କାମ କରିଥିଲେ।

Share