ଅଭିନେତ୍ରୀଙ୍କ ପିଲାଦିନର ଫଟୋ ଭାଇରାଲ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଆଲିଆ ଅଧିକାଂଶ ସମୟ ଫ୍ୟାନମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଏବେ ଆଲିଆଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ଅଭିନେତା ପରେଶ ରାଓ୍ବଲଙ୍କ ସହ ନଜର ଆସିଛନ୍ତି।

ଫଟୋରେ କାର୍‌ ପାଖରେ ଏକ ଷ୍ଟୁଲରେ ଆଲିଆ ବସିଥିବାର ନଜର ଆସିଛନ୍ତି। ଆଲିଆଙ୍କ ଏହି ପିଲାଦିନର ଫଟୋଗୁଡ଼ିକ ଅଭିନେତ୍ରୀ ପୂଜା ଭଟ୍ଟ ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ପୂଜା ଆଲିଆଙ୍କ ଦୁଇଟି ଫଟୋ ଶେୟାର କରିଛନ୍ତି। ପ୍ରଥମ ଫଟୋରେ ସେ ଅଭିନେତା ପରେଶ ରାଓ୍ବଲଙ୍କ ସହ ବସି ପୋଜ୍‌ ଦେଇଛନ୍ତି। ଦ୍ୱିତୀୟ ଫଟୋରେ ଅଭିନେତ୍ରୀ ହସୁଛନ୍ତି ଏବଂ ଅଭିନେତା ତାଙ୍କ ପଛରେ ଠିଆ ହୋଇଛନ୍ତି।

ଏହି ଫଟୋରେ ଆଲିଆ ଏକ ବାଇଗଣୀ ରଙ୍ଗର ଲେହେଙ୍ଗା ଚୋଲି ପିନ୍ଧିଛନ୍ତି। ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ପରେଶ କଳା ରଙ୍ଗର ଶର୍ଟ ଏବଂ ଧଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଛନ୍ତି। ସୋସିଆଲ ମିଡିଆରେ ଆଲିଆଙ୍କ ଏହି ଫଟୋଗୁଡ଼ିକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି। ଅନ୍ୟପକ୍ଷଷର ଆଲିଆ ରଣବୀର ସିଂଙ୍କୁ ଚଳିତବର୍ଷ ଡିସେମ୍ବରରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି।

Share