କେବଳ ସଲମାନଙ୍କ ପାଇଁ ନାଁ ବଦଳାଇଥିଲେ ଏହି ଅଭିନେତ୍ରୀ , କାରଣ ଜାଣିଲେ …

ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବାରେ ଲାଗିିଛନ୍ତି। ଆଜି କିଆରା ତାଙ୍କର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୯୨ ଜୁଲାଇ ୩୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। କିଆରାଙ୍କ ବାପା ଜଗଦୀପ ଆଡଭାନୀ ଜଣେ ବଡ ବ୍ୟବସାୟୀ । ତାଙ୍କ ମା’ ଜେନିଭାଇଭ ଜାଫ୍ରେ ଜଣେ ଶିକ୍ଷକ ଅଟନ୍ତି। ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ କିଆରାଙ୍କ ନାମ ଆଲିଆ ଥିଲା। ଡେବ୍ୟୁ ସହିତ ସେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ।

କିଆରା ୨୦୧୪ ମସିହାରେ ଫିଲ୍ମ ‘ଫଗଲି’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ସେତେବେଳେ ସେ ତାଙ୍କ ନାମ ଆଲିଆରୁ କିଆରା ଆଡଭାନୀରେ ପରିବର୍ତ୍ତନ କରିଥିଲେ । ତାଙ୍କ ଡେବ୍ୟୁ ସମୟରେ ଆଲିଆ ଭଟ୍ଟ ଇଣ୍ଡଷ୍ଟ୍ରିରେ ଏକ ବଡ ନାମ ହୋଇସାରିଥିଲେ। ସେ ସଲମାନ ଖାନଙ୍କ ପରାମର୍ଶରେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। ଏକ ସାକ୍ଷାତକାରରେ କିଆରା କହିଥିଲେ ଯେ, ଫିଲ୍ମ ‘ଅଞ୍ଜନା ଅଞ୍ଜାନି’ରେ ପ୍ରିୟଙ୍କାଙ୍କ ଚରିତ୍ରର ନାମ କିଆରା, ଯାହା କାରଣରୁ ସେ ବହୁତ ପ୍ରଭାବିତ ହୋଇଥିଲେ। ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ସହ ଜଡିତ କିଛି ବିଶେଷ କଥା।
ଏମ୍‌ଏସ୍‌ ଧୋନୀରେ ସେ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଭୁମିକାରେ ନଜର ଆସିଥିଲେ ମାତ୍ର ସେ କବିର ସିଂରେ ଅଧକ ଲୋକପ୍ରିୟ ହୋଇପାରିଥିଲେ।
କିଆରା ତାଙ୍କ ବୃତ୍ତିଗତ ଜୀବନ ସହିତ ବ୍ୟକ୍ତିଗତ ଜୀବନ ବିଷୟରେ ଚର୍ଚ୍ଚାରେ ରହିଛନ୍ତି। କିଆରା ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଡେଟ କରୁଛନ୍ତି। ଯଦିଓ ଉଭୟ ଗଣମାଧ୍ୟମ ସାମ୍ନାରେ ଏହି ସମ୍ପର୍କକୁ ଏପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି। କିନ୍ତୁ ଅଧିକାଂଶ ସମୟ ସେମାନଙ୍କୁ ଏକାଠି ଦେଖିବାକୁ ମିଳିଥାଏ।

Share