ଏହି ଅଭିନେତ୍ରୀ ନିଜକୁ କହିଲେ ବେଡ୍‌ରୁମ୍‌ ପ୍ରିନ୍‌ସେସ୍‌

ମୁମ୍ବାଇ: ଫିଲ୍ମ ନିର୍ମାତା ବୋନି କପୁରଙ୍କ ସାନ ଝିଅ ଖୁସି କପୁର ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ମାତ୍ର ସେ ବର୍ତ୍ତମାନ ସୁଦ୍ଧା ଫିଲ୍ମ ଦୁନିଆରେ ପାଦ ରଖିନାହାନ୍ତି। କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍‌ ଫଲୋଅର୍ସଙ୍କ ସଂଖ୍ୟା ଅଧିକ। ଖୁସି ତାଙ୍କ ଗ୍ଲାମରସ୍‌ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥାନ୍ତି। କେବଳ ଫ୍ୟାନମାନଙ୍କ ସହ ଯୋଡ଼ି ହୋଇ ରହିବାକୁ। ତାଙ୍କର ଏବେ ୪୩୩ ହଜାର ଫଲୋଅର୍ସ ରହିଛନ୍ତି। କେତେକ ପ୍ରଶଂସକ ଖୁସିଙ୍କ ଷ୍ଟାଇଲ୍‌କୁ ଅନୁକରଣ କରିଥାନ୍ତି। ଖୁସି ଏବେ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ସେ ଏକ ପର୍ପଲ କଲରର ଡ୍ରେସ୍‌ ପିନ୍ଧିଥିବା ନଜର ଆସିଛନ୍ତି। କେଶ ମୁକୁଳା ରଖିଥିବା ବେଳେ ନ୍ୟୁଡ୍‌ ମେକଅପ୍‌ରେ ଅଛନ୍ତି। ସେ କୌଣସି ଅଳଙ୍କାର ପିନ୍ଧି ନାହାନ୍ତି। ଖୁସି ଫଟୋ ଶେୟାର କରି ଏଥିରେ କ୍ୟାପଶନ ଲେଖିଛନ୍ତି, ମୁଁ ବେଡ୍‌ରୁମ୍‌ର ପ୍ରିନ୍‌ସେସ୍‌।

ତାଙ୍କର ଏହି ଫଟୋ ଦେଖି ଭଉଣୀ ଅଂଶୁଳା ହାର୍ଟ ଇମୋଜି ସହ ଫାୟାର ଇମୋଜି ଦେଇଛନ୍ତି। ଖୁସିଙ୍କ ଏହି ଫଟୋରେ ପ୍ରଶଂସକମାନେ ବି ବେଶ୍‌ ଭଲ ଭଲ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଇଏ ଆପଣଙ୍କ ଦୁନିଆ, ଆପଣ ଏହି ଦୁନିଆରେ ହିଁ ରୁହନ୍ତୁ।

Share