କଫି ହାଉସ୍‌ର ସମସ୍ତ କର୍ମଚାରୀଙ୍କ ପାଇଁ ଫିଲ୍ମ ଟିକେଟ୍‌ ବୁକ୍‌ କଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ ମୃଣାଳ ଠାକୁରଙ୍କର ଫିଲ୍ମ ଜର୍ସି କିଛି ଦିନ ତଳେ ରିଲିଜ ହୋଇଥିଲା । ଫିଲ୍ମରେ ମୃଣାଳଙ୍କ ବିପକ୍ଷରେ ସାହିଦ୍‌ କପୁରଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଫିଲ୍ମଟି କ୍ରିକେଟ ଉପରେ ପର୍ଯ୍ୟାବେଶିତ। ମାତ୍ର ଫିଲ୍ମଟି ଏତେ ଭଲ ପ୍ରଦର୍ଶନ କରି ପାରି ନ ଥିଲା। ବର୍ତ୍ତମାନ ମୃଣାଳଙ୍କ ଏପରି କିଛି କାର୍ଯ୍ୟ ତାଙ୍କୁ ପୁଣି ଚର୍ଚ୍ଚାକୁ ଆଣିଛି।
ଫିଲ୍ମ ରିଲିଜ ହେବା ପରେ ମୃଣାଳ ଏବଂ ସାହିଦ୍‌ ଫିଲ୍ମ ଜର୍ସି ପାଇଁ ମୁମ୍ବାଇର ଏକ କଫି ହାଉସର ସମସ୍ତ କର୍ମଚାରୀଙ୍କ ପାଇଁ ଟିକେଟ୍‌ କରିଥିଲେ। ଏପରିକି କର୍ମଚାରୀଙ୍କୁ ନେଇ ଫିଲ୍ମ ଦେଖାଇଥିଲେ।
ମୃଣାଳ କହିଛନ୍ତି, ‘କଫି ହାଉସ୍‌ର କର୍ମଚାରୀମାନେ ବହୁତ ଭଲ ଥିଲେ ତେଣୁ ମୁଁ ଭାବିଲି ଯେବେବି ସେମାନେ କାର୍ଯ୍ୟରୁ ସମୟ ପାଇବେ ମୁଁ ସେମାନଙ୍କୁ ମୋର ଫିଲ୍ମ ଜର୍ସି ଦେଖାଇବି । ମୁଁ ଅନୁଭବ କଲି ଯେ ତାଙ୍କର ସୁନ୍ଦର ହୃଦୟ ଏବଂ ଭଲ ଆଚରଣ ହେତୁ ମୁଁ ତାଙ୍କୁ ଏହି ରିଟର୍ନ ଗିଫ୍ଟ ଦେବି। ପରେ ‘ସେଠାରେ ଉପସ୍ଥିତ ଥିବା ସମସ୍ତେ ମୋତେ ମୋର ପ୍ରଥମ ଫିଲ୍ମକୁ କିପରି ପସନ୍ଦ କଲେ ତାହା ବିଷୟରେ କହିଥିଲେ। ଏହା ଶୁଣିବା ପରେ ମୋତେ ବହୁତ ଖୁସି ଲାଗିଥିଲା।

Share