ଏହି ଅଭିନେତ୍ରୀଙ୍କୁ କିସ୍‌ ସିନ୍‌ କରିବାକୁ କୁହାଯିବାରୁ ଏମିତି ଥିଲା ପିତାଙ୍କ ପ୍ରତିକ୍ରିୟା

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ଜନ୍ନତ ଜୁବେର ୨୦୧୦ରେ ଶିଶୁ କଳାକାର ଭାବେ ପାଦ ଥାପିଥିଲେ। ଜନ୍ନତ ଧୀରେ ଧୀରେ ବଢ଼ିବା ସହ ଫିଲ୍ମରେ ଯେମିତି ଏକ ଅଂଶ ପାଲଟିଗଲେ। ଫିଲ୍ମ ବ୍ୟତୀତ ସେ କେତୋଟି ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ସୁପରହିଟ୍‌ ହୋଇଥିଲେ। ୨୦୧୮ରେ ଜନ୍ନତଙ୍କ ଶୋ’ ‘ତୁ ଆଶିକୀ’ ହିଟ୍‌ ହୋଇଥିଲା। ଏହା ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ଶୋ’ ନିର୍ମାତା ତାଙ୍କୁ ଅନ୍‌ସ୍କ୍ରିନ୍‌ ଷ୍ଟାର୍‌ ଋତ୍ୱିର ଆରୋରାଙ୍କ ସହ କିସ୍‌ ସିନ୍‌ କରିବାକୁ କହିଥିଲେ। ଏନେଇ ଜନ୍ନତଙ୍କ ପିତା ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ଏକ ସାକ୍ଷାତକାରରେ ଜନ୍ନତଙ୍କ ପିତା କହିଥିଲେ, ମୋ ଝିଅକୁ ଏମିତି କରିବା ପାଇଁ ମୁଁ କେବେ ଛାଡ଼ିବି ନାହିଁ। ମୋ’ ଝିଅକୁ ବର୍ତ୍ତମାନ ୧୬ ବର୍ଷ। ଆମେ ସମସ୍ତେ ଏହି ଶୋ’ ପରିବାର ସହ ବସି ଦେଖୁଛୁ। ଯଦି ଶୋ’ ନିର୍ମାତା ଆଡଲ୍ଟ ଫିଲ୍ମ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତେବେ ୧୮ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ସରକାର ବିବାହ ବୟସ ମଧ୍ୟ ୧୮ ବର୍ଷରୁ ଊର୍ଦ୍ଧ୍ୱ କରିଛନ୍ତି। ତେଣୁ ଜନ୍ନତ ଯଦି ଏପରି ସିନ୍‌ କରିବ ତେବେ ସେତେଦିନ ପର୍ଯ୍ୟନ୍ତ ନିର୍ମାତା ଅପେକ୍ଷା କରନ୍ତୁ।

Share