ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ ଏହି ଅଭିନେତ୍ରୀ

ଫିଲ୍ମ ଷ୍ଟାର ସବୁବେଳେ ଚର୍ଚ୍ଚାରେ। ସେମାନଙ୍କ ଖବର ତୁରନ୍ତ ଗଣମାଧ୍ୟମରେ ପବନ ପରି ବ୍ୟାପିଥାଏ। ଏହା ବୃତ୍ତିଗତ ଜୀବନ ହେଉ କିମ୍ବା ବ୍ୟକ୍ତିଗତ ଜୀବନ ସହିତ ଜଡିତ କିଛିବି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ପୂର୍ବରୁ ଗର୍ଭବତୀ ହୋଇଛନ୍ତି। ଏହି ତାଲିକାରେ ଅନେକ ଅଭିନେତ୍ରୀଙ୍କ ନାମ ଅନ୍ତର୍ଭୁକ୍ତ । ହେଲେ ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ ଶ୍ରୀଦେବୀଙ୍କ ସମ୍ପର୍କରେ ଜାଣନ୍ତୁ କିଛି କଥା।
ଭେଟେରାନ ଅଭିନେତ୍ରୀ ଶ୍ରୀଦେବୀ ମଧ୍ୟ ବୋନି କପୁରଙ୍କୁ ବିବାହ କରିବା ପୂର୍ବରୁ ଗର୍ଭବତୀ ହୋଇଥିଲେ। ତେବେ ଶ୍ରୀଦେବୀ ଏହି ଖବରକୁ ଗଣମାଧ୍ୟମରୁ କେବେ ଲୁଚାଇ ନଥିଲେ ଏବଂ ନିଜେ ଏହା ପ୍ରକାଶ କରିଥିଲେ। ଯେତେବେଳେ ବୋନିଙ୍କର ପ୍ରଥମ ସ୍ତ୍ରୀଙ୍କଠାରୁ ଛାଡପତ୍ର ହୋଇ ନ ଥିଲା ସେତେବେଳେ ଶ୍ରୀଦେବୀ ଗର୍ଭବତୀ ହୋଇଥିଲେ। ପରେ ଦୁହେଁ ୧୯୯୬ ରେ ବିବାହ କରିଥିଲେ ଏବଂ କିଛି ମାସ ପରେ ଶ୍ରୀଦେବୀଙ୍କ ପ୍ରଥମ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ।

Share