ବିବାହ ପରେ ଅଧିକ ବୋଲ୍ଡ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ମୌନୀ ରୟ ବିବାହ ପରେ ସୋସିଆଲ ମିଡିଆରେ ଏବେ ବହୁତ ରୋମାଣ୍ଟିକ୍‌ ଫଟୋ ଶେୟାର କରୁଛନ୍ତି। ସୁରଜ ନାମ୍ବିଆରଙ୍କ ସହ କିଛିଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ମୌନୀ। ଏବେ ସେ ହନିମୁନ୍‌ରେ ଯାଇଛନ୍ତି। କଶ୍ମୀରରେ ଥାଇ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବାକୁ ସେ ଫଟୋ ଶେୟାର କରିଛନ୍ତି। ଭାଇରାଲ ହୋଇଥିବା ଭିଡିଓରେ ମୌନୀ ବରଫ ଆଚ୍ଛାଦିତ ସ୍ଥାନରେ ସ୍ବାମୀଙ୍କ ସହ ଭରପୂର ମଜା ନେଉଛନ୍ତି।

ମୌନୀ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ କିଛି ସମୟ ପୂର୍ବରୁ ଏକ ଫଟୋ ଶେୟାର କରିଛନ୍ତି। ସେ ଏକ କଳା ରଙ୍ଗର ମୋନୋକିନିରେ ହଟ୍‌ ପୋଜ୍‌ ଦେଇଛନ୍ତି। ଫଟୋ ଶେୟାର କରି ସେ କ୍ୟାପଶନରେ ଲେଖିଛନ୍ତି, ‘ବେବି ଇଟ୍‌ସ କୋଲ୍ଡ ଆଉଟ୍‌ସାଇଡ୍‌’। ଏହି ଫଟୋଗୁଡ଼ିକ ସ୍ବାମୀ ସୁରଜ ନାମ୍ବିଆର୍‌ କ୍ଲିକ୍‌ କରିଛନ୍ତି। ତେଣୁ ଦ୍ୱିତୀୟ ଫଟୋରେ ମୋନୀ ସୁଇମିଂ ପୁଲ୍‌ରେ ପାଦ ରଖିଥିବାର ନଜର ଆସିଛନ୍ତି। ତାଙ୍କ ପଛପଟେ ବରଫର ମନୋରମ ଦୃଶ୍ୟ ଦେଖିବାକୁ ମିଳିଛି।

Share