ମା’ଙ୍କ ସହ ଭଉଣୀଙ୍କୁ ହତ୍ୟା କରିଥିଲେ ଏହି ଅଭିନେତାଙ୍କ ବାପା, କାରଣ ଜାଣିଲେ …

୯୦ ଦଶକର ଅନେକ ତାରକା ବର୍ତ୍ତମାନ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି। ଯାହାଙ୍କ ଫିଲ୍ମକୁ ଦର୍ଶକ ଆଜିବି ମନେ ରଖିଛନ୍ତି। ଯଦିଓ ସେହି ସମୟରେ କିଛି ହିରୋ ଥିଲେ ଯେଉଁମାନେ ଫିଲ୍ମ ଜଗତରେ ପ୍ରବେଶ କରିଥିଲେ। ମାତ୍ର ପରେ ସେମାନେ ଅଦୃଶ୍ୟ ହୋଇଯାଇଥିଲେ। ଏହି ତାଲିକାରେ ଅଭିନେତା କମଲ ସଦାନାଙ୍କ ନାମ ମଧ୍ୟ ରହିଛି। ଯିଏ ଫିଲ୍ମ ‘ବେଖୁଦି’ରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ର ୧୯୯୨ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ କାଜଲ ତାଙ୍କର ହିରୋଇନ ଥିଲେ। ଚଳଚ୍ଚିତ୍ରଟି ଫ୍ଲପ ହୋଇଥିଲା, କିନ୍ତୁ ଉଭୟ କଳାକାର ଏଥିରୁ ଏକ ଭିନ୍ନ ପରିଚୟ ପାଇଥିଲେ ।

ତେବେ ଗୋଟିଏ ପଟେ କାଜଲଙ୍କୁ ଇଣ୍ଡଷ୍ଟ୍ରିରେ ଗ୍ରହଣ କରାଯାଇଥିଲା ବେଳେ ଅନ୍ୟ ପଟେ କମଲଙ୍କୁ ଛାଡି ଦିଆଯାଇଥିଲା। ବେଖୁଦି ପରେ ସେ ଅନେକ ଫିଲ୍ମ କରିଥିଲେ ମଧ୍ୟ ତାହା ହିଟ ହୋଇପାରି ନ ଥିଲା। ଏସବୁ ପଛରେ ତାଙ୍କ ପରିବାରକୁ ମଧ୍ୟ ଦାୟୀ କରାଯାଇଛି।
୧୯୯୦ରେ କମଲଙ୍କ ୨୦ତମ ଜନ୍ମଦିନରେ, ତାଙ୍କ ପରିବାରରେ ଏପରି ଏକ ଦୁଃଖଦ ଘଟଣା ଘଟିଥିଲା, ଯାହା ତାଙ୍କୁ ଜୀବନର ଏକ ସ୍ମୃତି ହୋଇ ରହିଗଲା। ଜନ୍ମଦିନ ପାଇଁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଥିଲେ ସେତେବେଳେ ହଠାତ୍‌ ସେ ଗୁଳିର ଶବ୍ଦ ଶୁଣିଲେ । କମଲଙ୍କ ମା’ ସଇଦା ଏବଂ ବାପା ବୁଜ ସାଦନାଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା। କମଲଙ୍କ ଜନ୍ମଦିନରେ ମଧ୍ୟ ଝଗଡ଼ା ହୋଇଥିଲା। କ୍ରୋଧରେ ବାପା ମା’ଙ୍କ ଉପରକୁ ଗୁଳି ଚଳାଇଥିଲେ। କେବଳ ଏତିକି ନୁହେଁ ସେ ନିଜ ଝିଅକୁ ମଧ୍ୟ ଗୁଳି କରିଥିଲେ। ଉଭୟଙ୍କର ମୃତ୍ୟୁ ଘଟିଥିଲା। କୁହାଯାଏ ଯେ ସେ କମଲଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ କିନ୍ତୁ ସେ ତାଙ୍କ କାନକୁ ଛୁଇଁ ପଳାଇଥିଲା। ପରେ ତାଙ୍କ ପିତା ନିଜକୁ ଗୁଳି କରି ହତ୍ୟା କରିଥିଲେ। ପରେ ସେ ଏତେ ଭାଙ୍ଗି ପଡ଼ିଥିଲେ ଯେ, ଯାହା ତାଙ୍କ ଉପରେ ବହୁତ ପ୍ରଭାବ ପକାଇଲା। ଏଥିପାଇଁ ତାଙ୍କ କ୍ୟାରିୟର ନଷ୍ଟ ହୋଇଯାଇଥିଲା।

Share