ଏହି ଅଭିନେତାଙ୍କ ଝିଅ କିଣିଲେ ୨ କୋଟି ୯୧ ଲକ୍ଷ ଟଙ୍କାର ଜମି

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହ ଶାହାରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ ଜୋୟା ଅଖତରଙ୍କ ସହ ଫିଲ୍ମ ‘ଦି ଆର୍ଚିଜ୍‌’ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ମଧ୍ୟ ବଲିଉଡ୍‌ ଷ୍ଟାର୍‌ଙ୍କ ଭଳି ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସେ ଚାଷ ପାଇଁ ମୁମ୍ବାଇର ଅଲିବାଗ୍‌ରେ ୧.୫ ଏକର ଜମିକୁ ୧୨ କୋଟି ୯୧ ଲକ୍ଷ ଟଙ୍କାରେ କିଣିଛନ୍ତି। ସେଥିମଧ୍ୟରୁ ୨୨୧୮ ବର୍ଗ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ ଚାଲିଛି। ସେ ଏଥିପାଇଁ ଜୁନ୍‌ ୧ରେ ପଞ୍ଜୀକରଣ କରିଥିଲେ। ସୁହାନା ମଧ୍ୟ ୭୭ ଲକ୍ଷ ୪୬ ହଜାର ଟଙ୍କା ଷ୍ଟାମ୍ପ ଡ୍ୟୁଟି ଜମା କରିଛନ୍ତି। ଏହି ଜମି ଅଞ୍ଜଳି, ରେଖା ଏବଂ ପ୍ରିୟା ୩ ଭଉଣୀଙ୍କଠାରୁ କିଣାଯାଇଛି। ଏହା ପୂର୍ବରୁ ଅଲିବାଗ୍‌ରେ ଶାହାରୁଖ୍‌ଙ୍କ ମଧ୍ୟ ସମ୍ପତ୍ତି ରହିଛି। ତେବେ ପ୍ରଶଂସକ ଦୀର୍ଘ ସମୟ ଧରି ସୁହାନାଙ୍କ ବଲିଉଡ୍‌ ଡେବ୍ୟୁକୁ ଅପେକ୍ଷାକରି ରହିଛନ୍ତି, ଯାହା ଶୀଘ୍ର ସରିବାକୁ ଯାଉଛି। ଫିଲ୍ମ ‘ଦି ଆର୍ଚିଜ୍‌’ ଖୁବ୍‌ଶୀଘ୍ର ଓଟିଟି ପ୍ଲାଟ୍‌ଫର୍ମରେ ନଭେମ୍ବରରେ ରିଲିଜ୍‌ ହେବାକୁ ଯାଉଛି। ଏହାପୂର୍ବରୁ ସୁହାନା ଏକ ବ୍ୟୁଟି ପ୍ରଡକ୍ଟ ‘ମେବଲିନ୍‌’ର ଆମ୍ବାସାଡାର ମଧ୍ୟ ହୋଇଥିଲେ।

Share