କାଜଲଙ୍କୁ ଶାହାରୁଖଙ୍କ ସ୍ତ୍ରୀ ଭାବୁଥିଲେ ଏହି ଅଭିନେତା, କବାଟ ଖୋଲୁ ଖୋଲୁ ଯାହା ଦେଖିଲେ ଚାହିଁ ରହିଗଲେ

କିଛି ବଲିଉଡ ଅଭିନେତା ଅଛନ୍ତି, ଯାହାଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥାଏ। ପରଦାରେ ସେମାନଙ୍କୁ ଏକାଠି ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଥାନ୍ତି। ଏଭଳି ପରିସ୍ଥିତିରେ ଶାହାରୁଖ ଖାନ ଏବଂ କାଜଲଙ୍କ ନାମ ଆସିଥାଏ। କାରଣ ଦର୍ଶକ ସେମାନଙ୍କର ଅନସ୍କ୍ରିନ ରୋମାନ୍ସ ଏବଂ ଅଫସ୍କ୍ରିନ ବନ୍ଧୁତା ପାଇଁ ପାଗଳ । ଶାହାରୁଖ ଏବଂ କାଜଲଙ୍କ ଅନେକ ହିଟ ଫିଲ୍ମରେ ଏକାଠି କାମ କରିଛନ୍ତି। ଆଶ୍ଚର୍ଯ୍ୟ ହେବେ ଯେ, ବଲିଉଡର ପ୍ରସିଦ୍ଧ ଅଭିନେତା ବରୁଣ ଧାୱନ, ଶାହାରୁଖ ଏବଂ କାଜଲଙ୍କୁ ସ୍ବାମୀ-ସ୍ତ୍ରୀ ବୋଲି ଭାବି ଦେଇଥିଲେ। ଏହା ସେ ନିଜେ କହିଛନ୍ତି। ଆହୁରି ମଧ୍ୟ ଧାୱନ କହିଛନ୍ତି ଯେ, ଶାହାରୁଖଙ୍କ ଘରେ ଗୌରୀଖାନଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ରିୟଲିଟି ଶୋ ସମୟରେ ଶାହାରୁଖ ଏବଂ କାଜଲଙ୍କ ବିଷୟରେ ସେ କହିଥିଲେ, ମୁଁ ଶାହାରୁଖ ଘରକୁ ଯାଇଥିଲି। କିନ୍ତୁ ସେଠାରେ ତାଙ୍କ ଗୌରୀ ଡୋର ଖୋଲିଥିଲେ। ମୁଁ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲି ଏବଂ ଦୁଇ ମିନିଟ ପର୍ଯ୍ୟନ୍ତ କ୍ରମାଗତ ଭାବରେ ତାଙ୍କ ଆଡକୁ ଚାହିଁ ରହିଲି।
ସେ ଆହୁରି ମଧ୍ୟ କହିଛନ୍ତି, ‘ତଥାପି ମୁଁ ସେତେବେଳେ କିଛି କହି ନ ଥିଲି ଏବଂ ମୁଁ ସେଠାରୁ ଆସିଥିଲି। କିନ୍ତୁ ଯେତେବେଳେ ମୁଁ ଘରକୁ ଆସି ମା’ଙ୍କୁ କହିଲି ଯେ, କାଜଲ ସେଠାରେ ନ ଥିଲେ, ମୋ ମା’ କହିଥିଲେ କାଜଲ ଶାହାରୁଖଙ୍କ ସ୍ତ୍ରୀ ନୁହନ୍ତି।

Share