ଗାଏବ ହେବାକୁ ନିଷ୍ପତ୍ତି ନେଇ ଚମକାଇଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର କିଛି ନା କିଛି ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡ଼ିଆରେ ବେଶ୍‌ ଆକ୍ଟିଭ୍‌ ସେ। ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ ସୋସିଆଲ ମିଡ଼ିଆରେ ନିଜ ଫ୍ୟାନ୍ସଙ୍କୁ ସୂଚନା ଦିଅନ୍ତି। କିନ୍ତୁ ଏସବୁଠାରୁ ଏବେ ଦୂରେଇ ଯିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ଡିଜିଟାଲ ଡିଟକ୍ସ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ରଣବୀର ଗାଏବ ହେବାର ସମୟ ଆସିଛି ବୋଲି ତାଙ୍କ ଇନଷ୍ଟାଗ୍ରାମରେ ସେ କହିଛନ୍ତି। ଏଭଳି କଥା ସମସ୍ତଙ୍କୁ ଚକିତ କରିଛି।
ଅର୍ଜୁନ କପୁର ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଏକ ଭିଲେନ୍‌ ରିଟର୍ଣ୍ଣ’ର ଶୁଟିଂରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି। ଏହି ଫିଲ୍ମକୁ ମୋହିତ ସୁରି ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଅର୍ଜୁନ କପୁର ମୁଖ୍ୟ ଚରିତ୍ରରେ ନଜର ଆସିବେ।

Share