ପ୍ରେମ ବିବାହ କରି ମଧ୍ୟ ସ୍ତ୍ରୀଙ୍କଠାରୁ ଅଲଗା ରହୁଥିଲେ ଏହି ଅଭିନେତା: ହେଲେ ଦେଇ ନ ଥିଲେ ଛାଡ଼ପତ୍ର

ରଣଧୀର କପୁର ଏବଂ ବବିତା ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ପରେ ସେମାନେ ପ୍ରେମ ବିବାହ ମଧ୍ୟ କରିଥିଲେ। ମାତ୍ର ସେମାନଙ୍କ ବୈବାହିକ ଜୀବନ ଉତ୍‌ଥାନ ପତନ ଦେଇ ଗତି କରୁଥିଲା। ପରେ ସେମାନେ ଅଲଗା ରହିବା ଆରମ୍ଭ କଲେ। ତେବେ ସେମାନଙ୍କ ମଧ୍ୟରେ ଛାଡପତ୍ର ହୋଇ ନ ଥିଲା। ଏହାର କିଛି ବର୍ଷ ପୂର୍ବେ ରଣଧୀର ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି କହିଥିଲେ। ଏକ ସାକ୍ଷାତ୍‌କାରରେ ରଣଧୀର କହିଥିଲେ, ମୋର ପୁନର୍ବାର ବିବାହ କରିବାର ଉଦ୍ଦେଶ୍ୟ ନ ଥିଲା କିମ୍ବା ବବିତାଙ୍କର ମଧ୍ୟ ନ ଥିଲା। ତେଣୁ ଆମର ଛାଡ଼ପତ୍ର ହୋଇ ନ ଥିଲା। ମୁଁ ଜଣେ ଖରାପ ଲୋକ, ଯିଏ ବହୁତ ପିଉଥିଲା ଏବଂ ବିଳମ୍ବରେ ଘରକୁ ଫେରୁଥିଲା, ଯାହା ତାଙ୍କୁ ପସନ୍ଦ ନଥିଲା। ମୁଁ ସେମାନଙ୍କ ପରି ବଞ୍ଚିପାରିଲି ନାହିଁ ଏବଂ ବବିତା ମୋତେ ସେଭଳି ଗ୍ରହଣ କରି ପାରିଲେ ନାହିଁ।

 

Share