ରାଣୀ ମୁଖାର୍ଜୀଙ୍କ କ୍ରସ୍‌ ଥିଲେ ଏହି ଅଭିନେତା

ବଲିଉଡର ଭେଟେରାନ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ବଣ୍ଟି ଅର ବବ୍‌ଲି ୨’ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ରାଣୀ ଜଣେ ଗୃହିଣୀ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଅଭିନେତା ସୈଫ୍‌ ଅଲ୍ଲୀ ଖାନ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଶାରଭରୀ ବାଗ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ପ୍ରମୋଶନ ପାଇଁ ରାଣୀ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ।

ସେଠାରେ ସେ କହିଛନ୍ତି ଶାହାରୁଖ ଖାନ ଏବଂ ଆମିର ଖାନ ତାଙ୍କର କ୍ରସ୍‌ ଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ଆମିର ଖାନଙ୍କ ସହ ରୋମାଣ୍ଟିକ ଦୃଶ୍ୟ କରୁଥିବାବେଳେ ସେ ନର୍ଭସ ହୋଇଯାଉଥିଲେ। ଶୋ’ର ହୋଷ୍ଟ କପିଲ ଶର୍ମା ରାଣୀଙ୍କୁ ପଚାରିଥିଲେ ସେ କେଉଁ ବରିଷ୍ଠ ଅଭିନେତାଙ୍କ ସହ ଶୁଟ୍‌ ସମୟରେ ଚିନ୍ତାରେ ପଡନ୍ତି। ଏହା ଉତ୍ତରରେ ରାଣୀ କହିଛନ୍ତି, ବଲିଉଡର ଭେଟେରାନ ଅମିତାଭ ବଚ୍ଚନଙ୍କ ସହ ଶୁଟିଂ କରିବାକୁ ସେ ଟିକେ ଡରିଛନ୍ତି। ଅଭିନେତ୍ରୀ ଏହା ମଧ୍ୟ ପ୍ରକାଶ କରିଛନ୍ତି, ଅମିତାଭ ଜଣେ ଭଲ ଅଭିନେତା ଯିଏ ତାଙ୍କ ସହ କାମ କରୁଥିବା ଅଭିନେତା ଅଭିନେତ୍ରୀଙ୍କୁମାନଙ୍କୁ ସମର୍ଥନ କରନ୍ତି।

Share