କୋହଲି-ଅନୁଷ୍କାଙ୍କ ଉପରେ ପ୍ରବଳ ରାଗିଗଲେ ଏହି ଅଭିନେତା

ସମଗ୍ର ଦେଶରେ କରୋନା ଆତଙ୍କ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ବଲିଉଡର ଅନେକ ତାରକା ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଦେଶକୁ ସାହାଯ୍ୟ କରିବା ପାଇଁ ଲାଗିପଡିଛନ୍ତି। ନିକଟରେ କୋହଲି ଏବଂ ଅନୁଷ୍କା କରୋନା ସହାୟତା ପାଇଁ ୧୧ କୋଟି ଟଙ୍କା ଜମା କରିଥିଲେ। ଏହା ସହିତ ଆଲିଆ ଭଟ୍ଟ ମଧ୍ୟ ସୋସିଆଲ ମିଡିଆରେ ଏନେଇ କାର୍ଯ୍ୟ କରୁଛନ୍ତି। ଅଭିନେତା କମଲ ରସିଦ ଖାନ ଏକ ଟୁଇଟରେ ଲେଖିଛନ୍ତି, ଅମିତାଭ ବଚ୍ଚନ ସାର୍‌ ଆପଣ ଶତପ୍ରତିଶତ ଠିକ କହିଛନ୍ତି। ଯଦି ଆପଣ ଦାନ କରିବାକୁ ଚାହୁଁଛନ୍ତି, ତେବେ ତାହା କରନ୍ତୁ! ଅନ୍ୟଥା, ଚୁପଚାପ ବସନ୍ତୁ। ଦାନ କରିବାକୁ ଲୋକଙ୍କୁ ଭିକ ମାଗୁଛନ୍ତି କାହିଁକି? ଆଲିଆ ଭଟ୍ଟ ଏବଂ ବିରାଟ କୋହଲି କିଛି ବୁଝିପାରୁଛ ତ ବୋଲି ସେ ପ୍ରଶ୍ନ କରିଛନ୍ତି।
ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ନିଜ କରୋନା ସହାୟତା ଅଭିଯାନ ଅନୁଯାୟୀ ୭ କୋଟି ଟଙ୍କା ଜମା କରିବାର ଲକ୍ଷ୍ୟ ରଖିଥିଲେ, କିନ୍ତୁ ଏକାଠି ସେମାନେ ଏହାଠାରୁ ଅଧିକ ସଂଗ୍ରହ କରିଛନ୍ତି। କୋହଲି ଏବଂ ଅନୁଷ୍କା ନିଜେ ଦୁଇ କୋଟି ଟଙ୍କା ଦାନ ଦେଇଛନ୍ତି।

Share