ରଣବୀରଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କୁ ଚୋରାଇ ନେଇଥିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆଦିତ୍ୟ ରାୟ କପୁର ଆଜି ତାଙ୍କର ୩୫ତମ ଜନ୍ମଦିନ ପାଳନ କରୁଛନ୍ତି। ଆଦିତ୍ୟ ୧୬ ନଭେମ୍ବର ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଆଦିତ୍ୟ ହେଉଛନ୍ତି ପ୍ରସିଦ୍ଧ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସିଦ୍ଧାର୍ଥ ରାୟ କପୁର ଏବଂ ଅଭିନେତା କୁନାଲ ରାୟ କପୁରଙ୍କ ସାନ ଭାଇ। କୁହାଯାଏ, ଆଦିତ୍ୟ ପ୍ରଥମେ କ୍ରିକେଟର ହେବାକୁ ଚାହୁଁଥିଲେ କିନ୍ତୁ କିଛି ସମୟ ପରେ ସେ କ୍ରିକେଟ ଛାଡ଼ିଥିଲେ। ଏହା ପରେ ସେ ଅଭିନୟ ଜଗତରେ ପାଦ ଦେଇ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ଆଜିର ଏହି ଖାସ୍‌ ଦିନରେ ଆସନ୍ତୁ ଜାଣିବା ତାଙ୍କ ସହ ଜଡ଼ିତ କିଛି କଥା…

୨୦୦୯ରେ ଆଦିତ୍ୟଙ୍କ ପ୍ରଥମ ଫିଲ୍ମ ‘ଲଣ୍ଡନ ଡ୍ରିମ୍ସ’ ମୁକ୍ତିଲାଭ କରିଥିଲା। ୨୦୧୩ରେ ‘ଆଶିକୀ-୨’ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ନୂତନ ପରିଚୟ ଦେଇଥିଲା। ଆଦିତ୍ୟଙ୍କୁ ଆଲିଆ ଭଟ୍ଟଙ୍କ ସହ ‘ସଡ଼କ- ୨’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।

କୁହାଯାଏ ଯେ, ଆଦିତ୍ୟ ଧର୍ମେନ୍ଦ୍ରଙ୍କ ଦ୍ୱିତୀୟ ଝିଅ ଆହାନା ଦେଓଲଙ୍କୁ ୪ ବର୍ଷ ପାଇଁ ଡେଟ୍‌ କରିଛନ୍ତି। ଆହାନା ଆଦିତ୍ୟଙ୍କ ପୂର୍ବରୁ ରଣବୀର ସିଂଙ୍କୁ ଡେଟ୍‌ କରୁଥିଲେ। ସେହି ସମୟରେ ଆଦିତ୍ୟ ଏକ ଟିଭି ଚ୍ୟାନେଲରେ କାମ କରୁଥିଲେ ଏବଂ ଏହା ସେମାନଙ୍କ ସମ୍ପର୍କରେ ମତଭେଦ ସୃଷ୍ଟି ହୋଇଥିଲା। ଆଦିତ୍ୟ ଆହାନାଙ୍କୁ ସମୟ ଦେଇପାରି ନ ଥିଲେ ଏବଂ ଆହାନା ତାଙ୍କୁ ସବୁଦିନ ପାଇଁ ଛାଡ଼ିବାକୁ ଧମକ ଦେଇଥିଲେ। ଆଦିତ୍ୟ ମଧ୍ୟ ଅନୁଭବ କରିଥିଲେ ଯେ, ସେ ତାଙ୍କ ଗର୍ଲଫ୍ରେଣ୍ଡ ସହିତ ନିଜ କ୍ୟାରିଅରକୁ ପୂର୍ଣ୍ଣ ସମୟ ଦେଇ ପାରିବେ ନାହିଁ। ଆହାନାଙ୍କ ଠାରୁ ଅଲଗା ହେବା ପରେ ସେ ଫିଲ୍ମରେ କାମ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଦିତ୍ୟ ରଣବୀରଙ୍କ ଗର୍ଲଫ୍ରେଣ୍ଡ ଚୋରି କରିଥିବା ଅଭିଯୋଗ ହୋଇଥିଲା।

Share