ଭିକି-କ୍ୟାଟ୍ରିନାଙ୍କ ପ୍ରେମ ସମ୍ପର୍କକୁ ସତ ବୋଲି କହିଲେ ଏହି ଅଭିନେତା

ମୁମ୍ବାଇ: ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ପ୍ରେମସମ୍ପର୍କକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ହେଉଛି। ତେବେ ଉଭୟ ଏହି ସମ୍ପର୍କ ବିଷୟରେ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କୌଣସି ଘୋଷଣା କରିନାହାନ୍ତି। କିନ୍ତୁ ବର୍ତ୍ତମାନ ଅନିଲ କପୁରଙ୍କ ପୁଅ ତଥା ଅଭିନେତା ହର୍ଷବର୍ଦ୍ଧନ ନିଶ୍ଚିତ କରି କହିଛନ୍ତି ଯେ, ଉଭୟ ଭିକି ଏବଂ କ୍ୟାଟ୍ରିନାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି।

ଏକ ସାକ୍ଷାତକାରରେ ହର୍ଷବର୍ଦ୍ଧନଙ୍କୁ ଯେତେବେଳେ ପଚରାଯାଇଥିଲା, ସେ ଇଣ୍ଡଷ୍ଟ୍ରିରେ କାହାର ସମ୍ପର୍କକୁ ସତ ବୋଲି ଭାବନ୍ତି? ଏହାର ଜବାବରେ ସେ କହିଥିଲେ, ଭିକି ଏବଂ କ୍ୟାଟ୍ରିନାଙ୍କ ସମ୍ପର୍କ। ଉଭୟ ଏକାଠି ଅଛନ୍ତି ଏବଂ ଏହା ସତ୍ୟ। ଏହା କହିବା ପରେ ହର୍ଷବର୍ଦ୍ଧନ ଆହୁରି କହିଛନ୍ତି, ମୁଁ ଏହା କହି ଅସୁବିଧାରେ ପଡ଼ିବି କି?

ଭିକି ଏହି ସପ୍ତାହରେ କ୍ୟାଟ୍ରିନାଙ୍କ ଘର ବାହାରେ ନଜର ଆସିଥିଲେ
ଯାହାକୁ ନେଇ ଦୁହେଁ ଦୀର୍ଘଦିନ ଧରି ହେଡ୍‌ଲାଇନରେ ରହିଆସିଥିଲେ। ଅତୀତରେ ଉଭୟଙ୍କୁ ଅନେକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଥିଲା। ଏଥି ସହିତ, ବର୍ତ୍ତମାନ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି ଯେତେବେଳେ କ୍ୟାଟ୍ରିନା ଏବଂ ଭିକି ନିଜେ ଆନୁଷ୍ଠାନିକ ଭାବରେ ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିବେ।

ଏ ତ ଗଲା କ୍ୟାଟ୍ରିନାଙ୍କ ବ୍ୟକ୍ତିଗତ କଥା। ଯଦି ତାଙ୍କ ଓ୍ବାର୍କ ଫ୍ରଣ୍ଟ୍‌ ବିଷୟରେ କହିବା ତେବେ କ୍ୟାଟ୍ରିନା ଅକ୍ଷୟ କୁମାରଙ୍କ ବିପକ୍ଷରେ ‘ସୂର୍ଯ୍ୟବଂଶୀ’ରେ ନଜର ଆସିବେ। ସେହିପରି ଭିକି ଖୁବ୍‌ଶୀଘ୍ର ‘ଦ ଇମ୍ପୋର୍ଟାଲ ଅଶ୍ୱତ୍‌ଥାମା’, ‘ସର୍ଦ୍ଦାର ଉଦ୍ଦାମ ସିଂ’ ଏବଂ ତାକତରେ ନଜର ଆସିବେ।

Share