ଏକଦା ଗୋଟିଏ ବଖରା ଘରେ ସ୍ତ୍ରୀ,ପିଲାଙ୍କ ସହ ରହୁଥିଲେ ଏହି ଅଭିନେତା; ଏବେ ଆମିରଙ୍କ ଘର ନିକଟରେ କିଣିଲେ ବଙ୍ଗଳା

ବମ୍ବେ: ବଲିଉଡ୍‌ର ଏପରି କିଛି କଳାକାର ଅଛନ୍ତି , ଯେଉଁମାନେ ନିଜର ଅଭିନୟ ଚାତୁରୀରେ ଦର୍ଶକଙ୍କୁ ବାନ୍ଧି ରଖନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତା ପଙ୍କଜ ତ୍ରିପାଠୀ ଜଣେ। ଖଳନାୟକଠାରୁ ଆରମ୍ଭ କରି ହାସ୍ୟ ଅଭିନେତା ତଥା ଅନ୍ୟ ଭୂମିକାରେ ସେ ମନ ଜିଣିଛନ୍ତି। ଗତ କିଛି ବର୍ଷ ଧରି ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଉଥିବା ଏହି ଅଭିନେତା ଏବେ ସଫଳତାର ଶୀର୍ଷରେ ବୋଲି କହିପାରିବା। ଆଜିର ଏ ସଫଳତା ସହଜ ଲାଗୁଥିଲେ ହେଁ ବେଶ ସଂଘର୍ଷମୟ ଥିଲା ତାଙ୍କ ଯାତ୍ରା।

ବିହାରର ଗୋପାଳଗଞ୍ଜର ସାଧାରଣ କୃଷକ ପରିବାରରେ ତାଙ୍କର ଜନ୍ମ। ସେ ଯେତେବେଳେ ବମ୍ବେ ଆସିଥିଲେ ସ୍ତ୍ରୀଙ୍କ ସହ ଗୋଟିଏ ବଖରା ଘରେ ରହୁଥିଲେ। ଦିନ ବଦଳିଛି ଆଉ ପରିସ୍ଥିତି ବି। ଦମଦାର ଅଭିନୟ ଯୋଗୁ ଫିଲ୍ମ ପିଛା ମୋଟା ଅଙ୍କର ପାଉଣା ନେଉଛନ୍ତି ସେ। ୨୦୧୯ରେ ବମ୍ବେର ପୋଶ ଅଞ୍ଚଳର ମଡ ଆଇଲାଣ୍ଡରେ ସେ ଏକ ବଡ଼ ବଙ୍ଗଳା କିଣିଛନ୍ତି। ଏହି ଅଞ୍ଚଳରେ ଜ୍ୟାକି ଶ୍ରଫ, ଗୋବିନ୍ଦା ଏବଂ ଆମିର ଖାନଙ୍କ ଘର ରହିଛି। ଏହି ଘରେ ପଙ୍କଜଙ୍କ ସହ ସ୍ତ୍ରୀ ମୃଦୁଳା ଏବଂ ଝିଅ ରହୁଛନ୍ତି। ଗୋଟିଏ ବଖରା ଘରୁ ଅମିରଙ୍କ ପଡୋଶୀ ହେବାର ଯାତ୍ରା ସେ ସର୍ବଦା ମନେ ରଖିବେ ବୋଲି କହିଛନ୍ତି।

Share