ବିବାହର ୨୧ ବର୍ଷ ପରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା କମଲ ସଦାନା ବିବାହର ୨୧ ବର୍ଷ ପରେ ସ୍ତ୍ରୀ ଲିଜା ଜୈନଙ୍କୁ ଛାଡ଼ପତ୍ର ଦେବେ। ଏନେଇ କମଲ ଘୋଷଣା ମଧ୍ୟ କରିସାରିଛନ୍ତି। ୨୧ ବର୍ଷ ଧରି ଏକାଠି ରହିବା ପରେ ବର୍ତ୍ତମାନ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏହି ଦମ୍ପତି।

ଏକ ସାକ୍ଷାତକାରରେ କମଲ କହିଛନ୍ତି, ୧ ଜାନୁୟାରୀ ୨୦୦୦ରେ ତାଙ୍କର ବିବାହ ହୋଇଥିଲା। ଦୁହିଁଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି। ପୁଅ ଅଙ୍ଗଥ ଏବଂ ଝିଅ ଲିଆ। କମଲ ଏବେ ମୁମ୍ବାଇରେ ରହୁଥିବା ବେଳେ ଲିଜା ତାଙ୍କ ମା’ ବାପାଙ୍କ ପାଖରେ ଗୋଆରେ ରହୁଛନ୍ତି।

କମଲ ୯୦ ଦଶକରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। ସେ ଫିଲ୍ମ ‘ବେଖୁଦି’ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ୧୯୯୨ରେ ରିଲିଜ୍‌ ହୋଇଥିଲା। ଫିଲ୍ମରେ କାଜୋଲଙ୍କ ସହ କମଲ ଅଭିନୟ କରିଥିଲେ। ମାତ୍ର ଫିଲ୍ମଟି ସଫଳତା ପାଇପାରି ନ ଥିଲା। ୧୯୯୩ରେ ‘ଓ୍ବେ ରଙ୍ଗ୍‌’ ନାମକ ଆଉ ଏକ ଫିଲ୍ମରେ ନଜର ଆସିଥିଲେ କମଲ। ଏଥିରେ ଦିବ୍ୟା ଭାରତୀଙ୍କ ସହ ସେ ଅଭିନୟ କରିଥିଲେ। ଫିଲ୍ମଟିକୁ ଭଲ ସଫଳତା ମିଳିଥିଲା। ଏଥିସହିତ କମଲ ଫିଲ୍ମ ଫୌଜ୍‌, ବାଲି ଉମ୍ର କୋ ସଲାମ୍‌, ରକ୍‌ ଡ୍ୟାନ୍ସର, ହମ୍‌ ହୈ ପ୍ରେମୀ, ଅଙ୍ଗାରା, ମହୋବତ ପରି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ସେ ଏକ ଫିଲ୍ମ କର୍କଶରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

Share