Advertisement

ପୁଅକୁ ନେଇ ଗର୍ବ କଲେ ଅଭିନେତା

ମୁମ୍ବାଇ: ନିଜ ଉଦ୍ୟମ ବଳରେ ବଲିଉଡ୍‌ରେ ପରିଚୟ ସୃଷ୍ଟି କରିଥିବା ଆର୍‌ ମାଧବନ୍‌ଙ୍କ ପାଇଁ ଏକ ଗର୍ବର ମୂହୁର୍ତ୍ତ। କାରଣ ହେଉଛି ତାଙ୍କ ପୁଅ । ନିକଟରେ ୧୬ବର୍ଷୀୟ ବେଦାନ୍ତ ସନ୍ତରଣରେ ମେଡାଲ ଜିତି ମାଧବନ୍‌ଙ୍କୁ ଗର୍ବିତ କରିଛନ୍ତି। ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ଜୁନିୟର ନ୍ୟାଶନାଲ ଆକ୍ୱାଟିକ୍‌ ଚାମ୍ପିଅନଶିପ୍‌ରେ ବେଦାନ୍ତ ମହାରାଷ୍ଟ୍ର ପାଇଁ ୭ଟି ମେଡାଲ ଜିତିଛନ୍ତି। ସେଥି ମଧ୍ୟରୁ ୪ଟି ରୌପ୍ୟ ସହ ୩ଟି ବ୍ରୋଞ୍ଜ ରହିଛି। ଟୁଇଟର ବ୍ୟବହାରକାରୀମାନେ ବେଦାନ୍ତଙ୍କ ଏହି ସଫଳତାକୁ ନେଇ ମାଧବନ୍‌ଙ୍କ ପ୍ରଶଂସା କରିଛନ୍ତି।
ବିଗତ କିଛି ଦିନ ମଧ୍ୟରେ ଅନେକ ବଲିଉଡ୍‌ରେ ଅଭିନେତାଙ୍କ ପିଲାମାନେ ବିଭିନ୍ନ ସମସ୍ୟା ଘେରରେ ଦେଖା ଯାଉଥିବା ବେଳେ ମାଧବନ୍‌ଙ୍କ ପୁଅ ଅଲଗା କିଛି କରିଛନ୍ତି। ସେ ପରିବାର ସହ ରାଜ୍ୟକୁ ଗୌରବ ଆଣି ଦେଇଛନ୍ତି। ଅଭିନେତା ତାଙ୍କ ପୁଅକୁ ସବୁ ସୁଯୋଗ ଦେବା ସହ ଉତ୍ସାହିତ କରିଆସିଛନ୍ତି। ପୁଅର ଏଭଳି ସଫଳତାକୁ ନେଇ ସେ ସୋସିଆଲ ମିଡିଆରେ ବେଦାନ୍ତ ଓ ତାଙ୍କ ଟିମ୍‌ର ଫଟୋ ଶେୟାର କରି ନିଜର ଖୁସି ବାଣ୍ଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ମୁହଁ ଖୋଲିଲେ ରିୟା: ସୁଶାନ୍ତଙ୍କୁ ନେଇ ଦେଲେ ଏଭଳି ଚାଞ୍ଚଲ୍ୟକର ବୟାନ

ବମ୍ବେ: ଅଭିନେତା ତଥା ପ୍ରେମିକ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଦୋଷୀ ବୋଲି କୁହାଯାଉଥିବା ରିୟା ଚର୍କବର୍ତ୍ତୀ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ରିୟା...

‘ମୋତେ ନାଚ ଆସେନି’

ମୁମ୍ବାଇ: କମଲି, ଚିକ୍‌ନି ଚମେଲି, ଶିଲାକି ଜଓ୍ବାନୀ, କାଲା ଚଷମା, ମାଶାଲାହ, ଆଫଗାନ ଜଲେବି ଭଳି ଅନେକ ହିଟ୍‌ ଗୀତ ସିନେପ୍ରେମୀଙ୍କୁ ଭେଟି ଦେଇଛନ୍ତି ବଲିଉଡ୍‌...

ରେଷ୍ଟୁରାଣ୍ଟରୁ ବାହାରୁଥିବା ବେଳେ ଦୀପିକାଙ୍କ ପର୍ସ ଛଡ଼ାଇନେବାକୁ ଚେଷ୍ଟାକଲେ ମହିଳା: ଆଉ ତାପରେ…

କଳାକାରଙ୍କ ଲୋକପ୍ରିୟଙ୍କା ଅନେକ ସମୟରେ ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ। ଏମିତି କିଛି ଘଟଣା ଘଟିଛି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ। ନିକଟରେ ଦୀପିକା...

ଶୁଟିଂ ସେଟ୍‌ରେ ଗୁଳି ଚଳାଇଲେ ଏହି ଅଭିନେତା: ସିନେମାଟୋଗ୍ରାଫର୍‌ଙ୍କ ଜୀବନ ଗଲା

ନ୍ୟୁ ମେକ୍ସିକୋ,୨୨।୧୦: ନ୍ୟୁ ମେକ୍ସିକୋର ଏକ ଫିଲ୍କ ସେଟ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଆମେରିକୀୟ ଅଭିନେତା ଆଲେକ ବାଲ୍ଡୱିନଙ୍କ ଗୁଳିରେ ଜଣେ ମହିଳା...

ଶେଷରେ ମାନିଲେ ରିୟା, ସୁଶାନ୍ତଙ୍କ ସହ ଏମିତି…

ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ତଥାକଥିତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ସୁଶାନ୍ତଙ୍କ ପିତା ବିହାର ଥାନାରେ...

ସୋନମଙ୍କ ପୁଅଙ୍କୁ ଦେଖି ଭାବପ୍ରବଣ ହେଲେ ରିଆ

ବଲିଉଡ ଅଭିନେତ୍ରୀ ସୋନମ କପୁର ନିକଟରେ ପୁତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ନିଜେ ସୋନମ କପୁର ଇନଷ୍ଟାଗ୍ରାମରେ ଏହି ଖୁସି ଖବରକୁ...

ସୁଶାନ୍ତଙ୍କ ଘରେ ଲାଗି ନ ଥିଲା ସିସିଟିଭି କ୍ୟାମେରା: ସାମ୍ନାକୁ ଆସିଲା ପୋଲିସର ଚାଞ୍ଚଲ୍ୟକର ବୟାନ

ମୁମ୍ବାଇ,୭।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ଆଉ ଏକ ନୂଆ ମୋଡ ଆସିଛି। ସୁଶାନ୍ତଙ୍କ ଘରେ କୌଣସି ସିସିଟିଭି କ୍ୟାମେରା ଲାଗି...

ଦୀପାବଳିରେ ଆସୁଛନ୍ତି କ୍ରିତି ଓ ରାଜକୁମାର

ନୂଆଦିଲ୍ଲୀ: ଫିଲ୍ମ ମିମିର ସଫଳତା ପରେ ରାଜକୁମାରଙ୍କ ସହ ଦର୍ଶକଙ୍କ ସାମ୍ନାକୁ ଆସିବେ କ୍ରିତି ସାନନ୍‌। ‘ହମ୍‌ ଦୋ ହମାରେ ଦୋ’ ଫିଲ୍ମର ୫୦ ସେକେଣ୍ଡର...

Advertisement
Archives

Model This Week