ଯେଉଁ ଘରେ ଭଡା ରହୁଥିଲେ ସେହି ଫ୍ଲାଟର ମାଲିକ ଏବେ ଏହି ଅଭିନେତା

‘ପ୍ୟାର କା ପଞ୍ଚନାମା’ରୁ ବଲିଉଡରେ ଡେବ୍ୟୁ କରିଥିବା କାର୍ତ୍ତିକ ଆର୍ଯ୍ୟାନ ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। କାର୍ତ୍ତିକ ଗୋଟିଏ ପରେ ଗୋଟିଏ ଫିଲ୍ମ କରି ଦଶର୍ର୍କଙ୍କ ହୃଦୟ ଜିତିଛନ୍ତି। ଅନ୍ୟ ପଟେ ଲକ୍ଷ ଲକ୍ଷ ଝିଅ ତାଙ୍କ ପଛରେ ପଡ଼ିଛନ୍ତି। ନିକଟରେ ସେ ୪.୫ କୋଟି ଟଙ୍କା ମୂଲ୍ୟର ଲମ୍ବୋର୍ଗିନି ଉରୁସ କାର କିଣିଛନ୍ତି। ଏହା ସହ ତାଙ୍କୁ ଶୀଘ୍ର ଡେଲିଭରିପାଇଁ ଅଧିକ ୫୦ ଲକ୍ଷ ଟଙ୍କା ଦେବାକୁ ପଡ଼ିଛି।

କାର୍ତ୍ତିକ କ୍ରମାଗତ ଭାବରେ ତାଙ୍କ ସ୍ବପ୍ନକୁ ପୂରଣ କରିବାରେ ଲାଗିପଡ଼ିଛନ୍ତି। ଗତ ବର୍ଷ, କାର୍ତ୍ତିକ ଏକ ନୂତନ ଫ୍ଲାଟ କିଣିଥିଲେ। ଯାହାର ମୂଲ୍ୟ ପ୍ରାୟ ୧.୬୦ କୋଟି ବୋଲି କୁହାଯାଉଛି। କୌତୁହଳ କଥା ଏହା କି କାର୍ତ୍ତିକ କିଣିଥିବା ଘରେ ପୂର୍ବରୁ ସେ ଭଡ଼ା ନେଇ ରହୁଥିଲେ। କାର୍ତ୍ତିକ ଯେତେବେଳେ ଗ୍ବାଲିୟରରୁ ମୁମ୍ବାଇ ଆସିଥିଲେ, ସେ ଭଡା ନେଇ ସେହି ଫ୍ଲାଟରେ ରହୁଥିଲେ।

ତାଙ୍କ ଫ୍ଲାଟ ପଞ୍ଚମ ମହଲାରେ ଅଛି। କାର୍ତ୍ତିକ ଏହି ଫ୍ଲାଟକୁ ତାଙ୍କ ମା’ଙ୍କ ନାମରେ କିଣିଛନ୍ତି। ଏଠାରେ ସେ ତାଙ୍କ ମା’ ବାପା ଏବଂ ଭଉଣୀ କ୍ରିତିକାଙ୍କ ସହ ରୁହନ୍ତି।

ଏହି ବିଳାସପୂର୍ଣ୍ଣ ଫ୍ଲାଟରେ କାର୍ତ୍ତିକ ମୁମ୍ବାଇର ୧୨ ଜଣ ପୁଅଙ୍କ ସହ ଭଡ଼ାରେ ରହୁଥିଲେ। ଏକ ସାକ୍ଷାତକାରରେ ସେ କହିଥିଲେ ଭଡା କମ୍‌ ପଡ଼ିବ ବୋଲି ସେ ରୁମ୍‌ ଶେୟାର କରିଥିଲେ।

Share