ଏହି ଅଭିନେତାଙ୍କର ଥିଲେ ୨୫ ଗର୍ଲଫ୍ରେଣ୍ଡ, ଶେଷରେ ଆଉ ଜଣଙ୍କ ସହ ପଡ଼ିଥିଲା ହାତଗଣ୍ଠି

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ପ୍ରେମ କାହାଣୀ ଅଛି। ଯାହା ଲୋକଙ୍କ ପାଇଁ ଏକ ଉଦାହରଣ। ପ୍ରଥମ ଦେଖାରେ ପ୍ରେମ ପରେ ବିବାହ। ଏହା କେବଳ ଫିଲ୍ମ ନୁହେଁ ବଲିଉଡ୍‌ର ଅନେକ ଷ୍ଟାରଙ୍କ କ୍ଷେତ୍ରରେ ମଧ୍ୟ ଏହା ଦେଖିବାକୁ ମିଳିଛି। ସେମିତି ଜଣେ ଅଭିନେତା ହେଉଛନ୍ତି ଅନିଲ କପୁର। ଅନିଲଙ୍କର ୨୫ ଜଣ ଗର୍ଲଫ୍ରେଣ୍ଡ ଥିଲେ। ମାତ୍ର ଶେଷରେ ସେ ସୁନୀତା କପୁରଙ୍କ ହାତ ଧରିଥିଲେ। ପ୍ରଥମ ଦେଖାରେ ସୁନୀତାଙ୍କୁ ହୃଦୟ ଦେଇଥିଲେ ଅନିଲ। ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ଆଜି ତାଙ୍କ ବିବାହୁ ୩୭ ବର୍ଷ ପୂରିଛି। ଆଜି ବି ପରସ୍ପର ପ୍ରତି ଭଲପାଇବା ଅତୁଟ ରହିଛି। ଅନିଲ ଏବଂ ସୁନୀତାଙ୍କ ବିବାହ ବାର୍ଷିକୀରେ ଜାଣନ୍ତୁ ତାଙ୍କ ପ୍ରେମ କାହାଣୀ ବିଷୟରେ…

ବିବାହ ପୂର୍ବରୁ ଅନିଲ ଅନେକ ଝିଅଙ୍କୁ ପ୍ରେମ କରିଥିଲେ। ଏକ ସାକ୍ଷାତକାରେ ଅନିଲ କହିଥିଲେ, ସ୍କୁଲରେ ପଢ଼ିବା ଦିନରୁ ସେ ଝିଅଙ୍କୁ ଚାହୁଁଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପରେ ପ୍ରାୟ ୨୦-୨୫ ଗର୍ଲଫ୍ରେଣ୍ଡ ତାଙ୍କର ହୋଇଥିଲେ। ମାତ୍ର ସୁନୀତା ସବୁଠୁ ଭଲ ଥିଲେ। ଏହା ପୂର୍ବରୁ ସୁନୀତାଙ୍କ ସହ ତାଙ୍କର ବନ୍ଧୁତା ଥିଲା। ପରେ ସୁନୀତାଙ୍କୁ ପ୍ରେମ କରିବସିଥିଲେ ଅନିଲ। ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

Share