ଚଳନ୍ତା ହେଲିକପ୍ଟରୁ ତଳକୁ ଖସି ପଡ଼ିଥିଲେ ଏହି ଅଭିନେତା: ପରେ ବଳାତ୍କାର ଅଭିଯୋଗରେ ହୋଇଥିଲେ ଗିରଫ

ବଲିଉଡରେ ଅନେକ ତାରକା ଅଛନ୍ତି ଯେଉଁମାନେ ପରଦାରେ କାମ କରିଥିଲେ କିନ୍ତୁ ବ୍ୟକ୍ତିଗତ ଜୀବନରେ ଏତେ ଯନ୍ତ୍ରଣା ଭୋଗୁଥିଲେ ଯାହା କଳ୍ପନା ମଧ୍ୟ କରାଯାଇପାରିବ ନାହିଁ । ଏହିପରି ଜଣେ ଅଭିନେତା ଥିଲେ ଇନ୍ଦର କୁମାର ଯାହାଙ୍କୁ ଆପଣ ‘ୱାଣ୍ଟେଡ’ ଏବଂ ‘ ତୁମ୍‌ କୋ ନା ଭୁଲ ପାଏଙ୍ଗେ’ ଚଳଚ୍ଚିତ୍ରରେ ଦେଖିଥିବେ ନିଶ୍ଚୟ । ଏହି ଦୁଇଟି ଚଳଚ୍ଚିତ୍ରରେ ଇନ୍ଦର ସଲମାନ ଖାନଙ୍କ ସହ ନଜର ଆସିଥିଲେ। ହୃଦଘାତ ଯୋଗୁ ୨୦୧୭ ଜୁଲାଇ ୨୮ରେ ଇନ୍ଦର କୁମାରଙ୍କ ମୃତ୍ୟୁ ଘଟିଥିଲା ସେ ‘ମାସୁମ’ ଚଳଚ୍ଚିତ୍ରରୁ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ।

ଇନ୍ଦରଙ୍କ ପ୍ରତିଭା ଥିଲା ଏବଂ ସେ ରୂପରେ ସୁନ୍ଦର ଥିଲେ, ଏହା ସତ୍ତ୍ୱେ ସେ ଚଳଚ୍ଚିତ୍ରରେ ସଫଳ କ୍ୟାରିଅର୍‌ କରିପାରି ନ ଥିଲେ। ସେ କିଛି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ କିନ୍ତୁ ସେହି ସମସ୍ତ ଚଳଚ୍ଚିତ୍ର ଫ୍ଲପ ହେଲା ତେଣୁ ତାଙ୍କୁ ସହାୟକ ଭୂମିକା କରିବାକୁ ପଡିଲା। ତେବେ ତାଙ୍କ ଜୀବନର ସଂଗ୍ରାମ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବନ୍ଦ ହୋଇ ନ ଥିଲା। ଚଳଚ୍ଚିତ୍ର ଦୃଶ୍ୟ ଯୋଗୁ ତାଙ୍କ କ୍ୟାରିଅର ନଷ୍ଟ ହୋଇଯାଇଥିଲା।

ଇନ୍ଦର ପାର୍ଥୋ ଘୋଷଙ୍କ ଫିଲ୍ମ ‘ମସିହା’ ରେ ସୁନୀଲ ଶେଟ୍ଟୀଙ୍କ ସହ କାମ କରୁଥିଲେ । ଫିଲ୍ମରେ ଏକ ହେଲିକପ୍ଟର ଦୃଶ୍ୟ ଥିଲା । ଇନ୍ଦର ନିଜେ ହେଲିକପ୍ଟରରେ ଷ୍ଟଣ୍ଟ କରୁଥିଲେ। ହଠାତ ଚଳନ୍ତା ହେଲିକପ୍ଟରରୁ ଖସିପଡିଥିଲେ।

ପରେ ଡାକ୍ତର ତାଙ୍କୁ ତିନି ବର୍ଷ ବେଡ ରେଷ୍ଟ କରିବାକୁ କହିଥିଲେ। ଏହି ତିନି ବର୍ଷ ମଧ୍ୟରେ ଇନ୍ଦରଙ୍କ କ୍ୟାରିଅର୍‌ ନଷ୍ଟ ହୋଇଯାଇଥିଲା । ୨୦୦୪ ମସିହାରେ ଏକ ସାକ୍ଷାତକାରରେ ଇନ୍ଦର କହିଥିଲେ, ‘ମୁଁ ଚଳନ୍ତା ହେଲିକପ୍ଟରରୁ ଖସି ପଡିଥିଲି। ଡାକ୍ତର ମୋତେ ତିନି ବର୍ଷ ବେଡ ରେଷ୍ଟ ନେବାକୁ କହିଥିଲେ।

ଶିଳ୍ପ ହେଉ କିମ୍ବା ଜୀବନ, ଏହା କାହା ପାଇଁ ବନ୍ଦ ହୁଏ ନାହିଁ । ତିନି ବର୍ଷ ମଧ୍ୟରେ ଇଣ୍ଡଷ୍ଟ୍ରିରେ ନୂଆ ଚେହେରା ଆସିଲା ଏବଂ ଧୀରେ ଧୀରେ ଲୋକମାନେ ତାଙ୍କୁ ଭୁଲିଯିବାକୁ ଲାଗିଲେ। ସେ ଏହା କହିଥିଲେ ଯେ, ‘ନିଜ ଗୋଡରେ ଛିଡା ହେବା ଆଶା କମ’। ପରେ ବଳାତ୍କାର ଅଭିଯୋଗରେ ଇନ୍ଦରକୁ ଗିରଫ କରାଯାଇଥିଲା।

Share