ଗୀତ ଶୁଟ୍‌ ପାଇଁ ୨ ଦିନ ପାଣି ପିଇ ନ ଥିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ୩ ଦଶନ୍ଧିର ଫିଲ୍ମ କ୍ୟାରିୟରରେ ଚଳଚ୍ଚିତ୍ର ‘ପଠାନ୍‌’ ଏବଂ ‘ଜୱାନ୍‌’ ତାଙ୍କୁ ଅନେକ ସଫଳତା ଦେଇଛି। ନିକଟରେ ନିର୍ଦ୍ଦେଶକ- କୋରିଓଗ୍ରାଫର ଫର୍‌ହାନ ଖାନ୍‌ ଶାହରୁଖ୍‌ଙ୍କ କଠିନ ପରିଶ୍ରମ ବିଷୟରେ କହିଛନ୍ତି।
୧୯୯୨ ମସିହାରେ ସେ ଫିଲ୍ମ ‘ଦିୱାନା’ ଜରିଆରେ ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ପ୍ରଥମ ଦିନରୁ ହିଁ ଅଭିନୟ ପ୍ରତି ତାଙ୍କ ଉତ୍ସୁକତାକୁ ଦର୍ଶାଇଛନ୍ତି। ତେବେ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ର ଗୀତ ‘ଦର୍ଦ-ଇ-ଡିସ୍‌କୋ’ ଶୁଟ୍‌ ସମୟରେ ସେ ୨ ଦିନ ପର୍ଯ୍ୟନ୍ତ ପାଣି ପିଇ ନ ଥିବା ନିର୍ଦ୍ଦେଶକ ଫର୍‌ହାନ କହିଛନ୍ତି। ଫର୍‌ହାନ କହିଛନ୍ତି, ‘ମେଁ ହୁଁ ନା’ ପାଇଁ ସେ ଏକ ଖାଲି ଦେହର ଶୁଟ୍‌ ଚାହୁଁଥିଲେ। ନିର୍ଦ୍ଦେଶକ ଭାବେ ଫର୍‌ହାନଙ୍କ ଏହା ଡେବ୍ୟୁ ଫିଲ୍ମ ଥିଲା। ସେତେବେଳେ ଶାହରୁଖ ତାହା କରିପାରି ନ ଥିଲେ। କାରଣ ସେତେବେଳେ ତାଙ୍କ ପିଠିରେ ଆଘାତ ଲାଗିଥିଲା। କିନ୍ତୁ ଶାହରୁଖ୍‌ ପରେ ଏପରି ଏକ ଶୁଟ୍‌ କରିବେ ବୋଲି ଫର୍‌ହାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଗୀତର ଉପଯୁକ୍ତ ଶୁଟ୍‌ ପାଇଁ ସେ ୨ ଦିନ ଧରି ପାଣି ପିଇ ନ ଥିବା ନିର୍ଦ୍ଦେଶକ କହିଛନ୍ତି।

Share