ବିବାହ ଦିନ ଡ୍ରମ ଉପରେ ଚଢ଼ି ଡ୍ୟାନ୍ସ କଲେ ଏହି ଅଭିନେତା, ଭିଡିଓ ଭାଇରାଲ

ମୁମ୍ବାଇ,୨ା୧୨: ବଲିଉଡ୍‌ର ପ୍ରସିଦ୍ଧ ଗାୟକ ତଥା ଅଭିନେତା ଆଦିତ୍ୟ ନାରାୟଣ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରଓ୍ବାଲଙ୍କ ସହ ଡିସେମ୍ବର ୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତାଙ୍କ ବିବାହ ସମୟର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଆଦିତ୍ୟ ତାଙ୍କ ବିବାହରେ ଏକ ଡ୍ରମ ଉପରେ ଚଢ଼ି ନାଚୁଥିବା ନଜର ଆସିଛନ୍ତି।

ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି, ଆଦିତ୍ୟ ଏକ ଶେରଓ୍ବାନି ପିନ୍ଧି ଡ୍ରମ୍‌ ଉପରେ ବସି ଡ୍ୟାନ୍ସ କରୁଛନ୍ତି। ଆଦିତ୍ୟଙ୍କ ଏହି ଭିଡିଓ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଫ୍ୟାନ କ୍ଲବ୍‌ ଦ୍ୱାରା ଶେୟାର କରାଯାଇଛି। ଏହି ଭିଡିଓରେ ଲୋକମାନେ ବହୁତ କମେଣ୍ଟ କରିବା ସହ ସେମାନଙ୍କର ମତାମତ ରଖିଛନ୍ତି।

ସ୍ମରଣଯୋଗ୍ୟ, କିଛିଦିନ ପୂର୍ବରୁ ଆଦିତ୍ୟ ଘୋଷଣା କରିଥିଲେ, ସେ ତାଙ୍କର ପିଲାଦିନ ସାଙ୍ଗ ଶ୍ୱେତାଙ୍କୁ ପ୍ରେମ ବିବାହ କରିବାକୁ ଯାଉଛନ୍ତି। ଏହି ବିବାହ ଏକ ମନ୍ଦିରରେ ନିରାଡମ୍ବର ଭାବରେ ହେବ। କରୋନା ଯୋଗୁ ଏହି ବିବାହରେ ୫୦ରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯିବ ନାହିଁ। ତେଣୁ ଏହି ବିବାହରେ କେବଳ ଆମର ଘନିଷ୍ଠ ବନ୍ଧୁ, ନିକଟ ସମ୍ପର୍କୀୟ ଏବଂ ପରିବାର ସଦସ୍ୟ ଉପସ୍ଥିତ ରହିବେ। ଏହା ପରେ ଏକ ଛୋଟ ପାର୍ଟି ଦିଆଯିବ। ଆଦିତ୍ୟ ଶ୍ୱେତାଙ୍କ ସହ ବନ୍ଧୁତା ବିଷୟରେ କହିଥିଲେ, ଆମେ ୧୨ ବର୍ଷ ଧରି ପରସ୍ପରକୁ ଜାଣିଛୁ। ୧୦ ବର୍ଷ ଧରି ଡେଟ୍‌ କରୁଥିଲୁ।

Share