Categories: ଜାତୀୟ

ମେ’ ୨୨ରୁ ଗୋଟିଏ ହେବ ଦିଲ୍ଲୀର ୩ ନଗର ନିଗମ, ଅଧିସୂଚନା ଜାରି

ନୂଆଦିଲ୍ଲୀ,୧୯ ।୫: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏକ ଅଧିସୂଚନା ଅନୁସାରେ, ଦିଲ୍ଲୀ ନଗର ନିଗମ(ସଂଶୋଧନ) ଅଧିନିୟମ, ୨୦୨୨ ଲାଗୁ ହେବା ସହ ଦିଲ୍ଲୀର ୩ ନଗର ନିଗମକୁ ୨୨ ମେ’କୁ ଗୋଟିଏ ନଗର ନିଗମ କରାଯିବ । ଦିଲ୍ଲୀ ନଗର ନିଗମ(ସଂଶୋଧନ) ୨୨ ମେ’କୁ ଲାଗୁ ହେବ । ଏହି ଅନୁସାରେ ଦିଲ୍ଲୀର ୩ ନଗର ନିଗମ ଉତ୍ତର ଡିଏମସି, ଦକ୍ଷିଣ ଡିଏମସି ଓ ପୂର୍ବ ଡିଏମସି ଗୋଟିଏ ହୋଇଯିବ । ଏହି ପଦକ୍ଷେପ ୫ ଏପ୍ରିଲରେ ରାଜ୍ୟ ସଭା ଦ୍ୱାରା ଦିଲ୍ଲୀ ନଗର ନିଗମ(ସଂଶୋଧନ) ବିଧେୟକ, ୨୦୨୨କୁ ପାଖାପାଖି ୧ ମାସ ପରେ ଲାଗୁ କରାଯାଇଛି ।

Share