ଜମି ଦେବାକୁ କହି କୋଟିଏରୁ ଊର୍ଦ୍ଧ୍ୱ ଠକେଇ: ଅଭିଯୁକ୍ତ ରଶ୍ମିରଞ୍ଜନଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଜଣେ ପେସାଦାର ଠକଙ୍କୁ କ୍ରାଇମବ୍ରାଞ୍ଚର ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେ ହେଲେ ରଶ୍ମିରଞ୍ଜନ ଦାସ। ସେ ନିଜକୁ ଆର୍‌ଡି ଗ୍ରୁପ୍‌ ଅଫ୍‌ କମ୍ପାନୀର ଜଣେ ଅଧିକାରୀ ବୋଲି ପରିଚୟ ଦେଇ ଜଣେ ବ୍ୟକ୍ତିଙ୍କଠାରୁ ଜମି ଦେବା ବାହାନାରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିଲେ। ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରିବା ପରେ ଭୁବନେଶ୍ୱର ମାଳତି ବିହାରରେ ଥିବା କମ୍ପାନୀ କାର୍ଯ୍ୟାଳୟରେ ଚଢାଉ କରି ବହୁ ନକଲି କାଗଜପତ୍ର ଜବତ କରିଛି। ତେବେ ତଦନ୍ତବେଳେ ଜଣାପଡିଛି ଯେ, ଅଭିଯୁକ୍ତ ରଶ୍ମିରଞ୍ଜନ ପୂର୍ବରୁ ନିଜକୁ ସିବିଆଇ ଅଧିକାରୀ ଦର୍ଶାଇ ଅନେକଙ୍କୁ ଠକିଛନ୍ତି। ପୁରୀ କୁମ୍ଭାରରପଡା ଥାନା ପୋଲିସ ଦ୍ୱାରା ଦୁଇଟି ମାମଲା (ନଂ. ୧୨୭ ଓ ୧୨୮/୨୦୧୬)ରେ ସେ ଗିରଫ ହୋଇଥିଲେ ବୋଲି ଇଓଡବ୍ଲ୍ୟୁ ଏସ୍‌ପି ଦିଲୀପ କୁମାର ତ୍ରିପାଠୀ କହିଛନ୍ତି।
ତାଙ୍କ ସୂଚନାନୁସାରେ, ଜମି ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ କଟକ ସିଡିଏରେ ରହୁଥିବା ଅନ୍ତର୍ଯ୍ୟାମୀ ନାୟକ। ଅନ୍ତର୍ଯ୍ୟାମୀ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ। ୨୦୨୧ରେ ସେ ତାଙ୍କ ସାନ ଭାଇ ସୌମେନ୍ଦ୍ରଙ୍କ ଦ୍ୱାରା ଅଭିଯୁକ୍ତ ରଶ୍ମିରଞ୍ଜନଙ୍କ ସହ ପରିଚିତ ହୋଇଥିଲେ। ରଶ୍ମିରଞ୍ଜନ କଟକର ସିଡିଏ ହାଡିଆପଡାରେ ୪ ହଜାର ଫୁଟର ଏକ ଜାଗା ଅଛି ବୋଲି ଅନ୍ତର୍ଯ୍ୟାମୀଙ୍କୁ କହିଥିଲେ। ସ୍ବଇଚ୍ଛାରେ କିଣିବାକୁ ଚାହଁୁଛ, ତାହେଲେ ମୋର ସିଏମ୍‌ସିରେ ଚିହ୍ନା ଅଛନ୍ତି ବୋଲି କହି ବିଭିନ୍ନ ମିଥ୍ୟା ଆଶ୍ୱାସନା ଦେଇଥିଲା। ଅନ୍ତର୍ଯ୍ୟାମୀ ତାଙ୍କ ସ୍ତ୍ରୀଙ୍କ ନାଁରେ ଉକ୍ତ ଜାଗା କିଣିବାକୁ ଜଣାଇବା ପରେ ରଶ୍ମିରଞ୍ଜନ ତାଙ୍କଠାରୁ ଗତବର୍ଷ ଏପ୍ରିଲ ମାସରେ ପ୍ରଥମେ ନଗଦ ୧୦ ଲକ୍ଷ ଟଙ୍କା ନେଇଥିଲେ। ଏହାପରେ ବିଭିନ୍ନ ପର୍ଯ୍ୟାୟରେ ମୋଟ ୧ କୋଟି ୧୮ ଲକ୍ଷ ଟଙ୍କା ନେଇଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ଅଭିଯୁକ୍ତ ରଶ୍ମିରଞ୍ଜନ ନକଲି ଷ୍ଟାମ୍ପ୍‌ ଲଗାଇ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ଅନ୍ତର୍ଯ୍ୟାମୀଙ୍କୁ ଦେଇଥିଲେ। ୧୫ ନଭେମ୍ବର ୨୦୨୧ରେ ଏଗ୍ରିମେଣ୍ଟ ହେବାକୁ କହି ଆଉ ଧରାଛୁଆଁ ଦେଇ ନ ଥିଲେ କି ଫୋନ୍‌ ଉଠାଇ ନ ଥିଲେ। ଅନ୍ତର୍ଯ୍ୟାମୀଙ୍କ ସନ୍ଦେହ ହେବାରୁ ସେ ଉକ୍ତ କାଗଜପତ୍ରକୁ ନେଇ ସିଏମ୍‌ସି ଅଫିସ୍‌ ଯାଇଯାଞ୍ଚ କରିବାରୁ ତାହା ଜାଲ୍‌ ବୋଲି ଜାଣିବାକୁ ପାଇଥିଲେ। ଏହାପରେ ସେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri