ଦୁର୍ଘଟଣା ଚେତାଇଲା ରେଳପଥର ଆବଶ୍ୟକତା

କେନ୍ଦୁଝର,୩ା୬(ସ୍ବ.ପ୍ର.): କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ଉକ୍ତ ରେଳପଥରେ ଟ୍ରେନ୍‌ ଚଳାଚଳ ବନ୍ଦ ହୋଇ ବହୁ ଦୂରଗାମୀ ଟ୍ରେନ୍‌ କେନ୍ଦୁଝର ଜିଲା ଦେଇ ଚଳାଚଳ କରୁଛି। ପାଖାପାଖି ୧୦ଟି ଦୂରଗାମୀ ଟ୍ରେନ୍‌ ଏହି ରେଳପଥ ଦେଇ ଯାତାୟାତ କରିଛି। ଉକ୍ତ ରେଳପଥ ସଜଡ଼ା ନ ଯିବା ପର୍ଯ୍ୟନ୍ତ ଏହି ରେଳପଥ ଆହୁରି ଅନେକ ଟ୍ରେନ୍‌ ଚଳାଚଳ କରିବ। ଏଣୁ ଭୁବନେଶ୍ୱରରୁ ହାଓ୍ବଡ଼ା ଓ ସେଠାରୁ ଟାଟା ଦେଇ ନୂଆଦିଲ୍ଲୀ ତଥା ଅନ୍ୟାନ୍ୟ ନଗରକୁ ଯାତାୟାତ ପାଇଁ ଥିବା ରେଳପଥର ବିକଳ୍ପ ଭାବରେ କେନ୍ଦୁଝର ଦେଇ ଯାଇଥିବା ରେଳପଥ ଏବେ କାମ କରୁଛି। ଏହି କାରଣରୁ ଆଜି କେନ୍ଦୁଝରଗଡ଼ ରେଳ ଷ୍ଟେଶନ ଚଳଚଞ୍ଚଳ ହୋଇଉଠିଛି। ଦୈନିକ ମାତ୍ର ଦୁଇଟି ଟ୍ରେନ୍‌ କେନ୍ଦୁଝର ଦେଇ ଚଳାଚଳ କରୁଛି। ଅନ୍ୟ ସମୟରେ ଷ୍ଟେଶନ ସବୁ ଖାଁ ଖାଁ ହୋଇଯାଏ। ଏହି ଷ୍ଟେଶନ ଉପରେ ନିର୍ଭର କରି ବ୍ୟବସାୟ କରିବାକୁ ଆଗ୍ରହୀ ଥିବା ଲୋକମାନେ ମଧ୍ୟ ନିରାଶ ହୋଇପଡୁଛନ୍ତି। ଏହି ବିକଳ୍ପ ରେଳପଥକୁ ସଠିକ ଭାବରେ ପ୍ରସ୍ତୁତ କରାଗଲେ ଭୁବନେଶ୍ୱରୁ ଓ ହାଓ୍ବଡ଼ା ରେଳପଥ ଉପରେ ରେଳ ଚଳାଚଳର ଚାପ କମିବ ଏବଂ କେନ୍ଦୁଝର ଦେଇ ଯାତାୟାତ କଲେ ଖର୍ଚ୍ଚ ଏବଂ ସମୟ କମ୍‌ ହୋଇପାରିବ ବୋଲି କେନ୍ଦୁଝର ଯୁବ ପରିଷଦର ସଦସ୍ୟ ସନ୍ତୋଷ ମହାପାତ୍ର କହିଛନ୍ତି। ଏହାଛଡ଼ା ଷ୍ଟେଶନ ସବୁବେଳେ ଲୋକାରଣ୍ୟ ହେଲେ ବହୁ ଛୋଟ ବ୍ୟବସାୟୀ କାମଧନ୍ଦା କରି ପରିବାର ପ୍ରତିପୋଷଣ କରିପାରିବେ।

କେନ୍ଦୁଝର ଜିଲା ଦେଇଯାଇଥିବା ଜଖପୁରା-ବାଂଶପାଣି ରେଳପଥରେ ନୂଆଦିଲ୍ଲୀ ଓ ଦେଶର ଅନ୍ୟାନ୍ୟ ନଗରକୁ ଯାତ୍ରୀବାହୀ ରେଳ ଚଳାଚଳ ନେଇ ଦାବି ହୋଇଆସୁଛି। କିନ୍ତୁ ବିଭିନ୍ନ କାରଣ ଦର୍ଶାଇ ରେଳ ଚଳାଚଳ କରାଯାଉନାହିଁ। ଏହି ରେଳପଥ ଦେଇ ଭୁବନେଶ୍ୱରରୁ ଟ୍ରେନ୍‌ ଟାଟା ନଗରକୁ ଯାଇ ପାରିବ। ଏବେ କିଭଳି ଏତେ ସଂଖ୍ୟାରେ ଟ୍ରେନ୍‌ ଚଳାଚଳ କରୁଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। କେନ୍ଦୁଝର ଦେଇ ଦୂରଗାମୀ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କଲେ କେନ୍ଦୁଝରବାସୀ ଉପକୃତ ହେବେ। ବ୍ୟବସାୟ ବାଣିଜ୍ୟ ପାଇଁ ଅଧିକ ବାଟ ଫିଟିଯିବ। ଏଣୁ ତୁରନ୍ତ ଚାଲିଥିବା ରେଳ ଦୋହରୀକରଣ କାମ ସାରି ଏହି ବାଟ ଦେଇ ଦୂରଗାମୀ ଚଳାଚଳ କରାଯାଉ ବୋଲି କହିଛନ୍ତି ସ୍ଥାନୀୟ ସାମାଜିକ କର୍ମୀ ବ୍ରଜକିଶୋର ରାୟ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri