ଦୁର୍ଘଟଣା ଚେତାଇଲା ରେଳପଥର ଆବଶ୍ୟକତା

କେନ୍ଦୁଝର,୩ା୬(ସ୍ବ.ପ୍ର.): କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ଉକ୍ତ ରେଳପଥରେ ଟ୍ରେନ୍‌ ଚଳାଚଳ ବନ୍ଦ ହୋଇ ବହୁ ଦୂରଗାମୀ ଟ୍ରେନ୍‌ କେନ୍ଦୁଝର ଜିଲା ଦେଇ ଚଳାଚଳ କରୁଛି। ପାଖାପାଖି ୧୦ଟି ଦୂରଗାମୀ ଟ୍ରେନ୍‌ ଏହି ରେଳପଥ ଦେଇ ଯାତାୟାତ କରିଛି। ଉକ୍ତ ରେଳପଥ ସଜଡ଼ା ନ ଯିବା ପର୍ଯ୍ୟନ୍ତ ଏହି ରେଳପଥ ଆହୁରି ଅନେକ ଟ୍ରେନ୍‌ ଚଳାଚଳ କରିବ। ଏଣୁ ଭୁବନେଶ୍ୱରରୁ ହାଓ୍ବଡ଼ା ଓ ସେଠାରୁ ଟାଟା ଦେଇ ନୂଆଦିଲ୍ଲୀ ତଥା ଅନ୍ୟାନ୍ୟ ନଗରକୁ ଯାତାୟାତ ପାଇଁ ଥିବା ରେଳପଥର ବିକଳ୍ପ ଭାବରେ କେନ୍ଦୁଝର ଦେଇ ଯାଇଥିବା ରେଳପଥ ଏବେ କାମ କରୁଛି। ଏହି କାରଣରୁ ଆଜି କେନ୍ଦୁଝରଗଡ଼ ରେଳ ଷ୍ଟେଶନ ଚଳଚଞ୍ଚଳ ହୋଇଉଠିଛି। ଦୈନିକ ମାତ୍ର ଦୁଇଟି ଟ୍ରେନ୍‌ କେନ୍ଦୁଝର ଦେଇ ଚଳାଚଳ କରୁଛି। ଅନ୍ୟ ସମୟରେ ଷ୍ଟେଶନ ସବୁ ଖାଁ ଖାଁ ହୋଇଯାଏ। ଏହି ଷ୍ଟେଶନ ଉପରେ ନିର୍ଭର କରି ବ୍ୟବସାୟ କରିବାକୁ ଆଗ୍ରହୀ ଥିବା ଲୋକମାନେ ମଧ୍ୟ ନିରାଶ ହୋଇପଡୁଛନ୍ତି। ଏହି ବିକଳ୍ପ ରେଳପଥକୁ ସଠିକ ଭାବରେ ପ୍ରସ୍ତୁତ କରାଗଲେ ଭୁବନେଶ୍ୱରୁ ଓ ହାଓ୍ବଡ଼ା ରେଳପଥ ଉପରେ ରେଳ ଚଳାଚଳର ଚାପ କମିବ ଏବଂ କେନ୍ଦୁଝର ଦେଇ ଯାତାୟାତ କଲେ ଖର୍ଚ୍ଚ ଏବଂ ସମୟ କମ୍‌ ହୋଇପାରିବ ବୋଲି କେନ୍ଦୁଝର ଯୁବ ପରିଷଦର ସଦସ୍ୟ ସନ୍ତୋଷ ମହାପାତ୍ର କହିଛନ୍ତି। ଏହାଛଡ଼ା ଷ୍ଟେଶନ ସବୁବେଳେ ଲୋକାରଣ୍ୟ ହେଲେ ବହୁ ଛୋଟ ବ୍ୟବସାୟୀ କାମଧନ୍ଦା କରି ପରିବାର ପ୍ରତିପୋଷଣ କରିପାରିବେ।

କେନ୍ଦୁଝର ଜିଲା ଦେଇଯାଇଥିବା ଜଖପୁରା-ବାଂଶପାଣି ରେଳପଥରେ ନୂଆଦିଲ୍ଲୀ ଓ ଦେଶର ଅନ୍ୟାନ୍ୟ ନଗରକୁ ଯାତ୍ରୀବାହୀ ରେଳ ଚଳାଚଳ ନେଇ ଦାବି ହୋଇଆସୁଛି। କିନ୍ତୁ ବିଭିନ୍ନ କାରଣ ଦର୍ଶାଇ ରେଳ ଚଳାଚଳ କରାଯାଉନାହିଁ। ଏହି ରେଳପଥ ଦେଇ ଭୁବନେଶ୍ୱରରୁ ଟ୍ରେନ୍‌ ଟାଟା ନଗରକୁ ଯାଇ ପାରିବ। ଏବେ କିଭଳି ଏତେ ସଂଖ୍ୟାରେ ଟ୍ରେନ୍‌ ଚଳାଚଳ କରୁଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। କେନ୍ଦୁଝର ଦେଇ ଦୂରଗାମୀ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କଲେ କେନ୍ଦୁଝରବାସୀ ଉପକୃତ ହେବେ। ବ୍ୟବସାୟ ବାଣିଜ୍ୟ ପାଇଁ ଅଧିକ ବାଟ ଫିଟିଯିବ। ଏଣୁ ତୁରନ୍ତ ଚାଲିଥିବା ରେଳ ଦୋହରୀକରଣ କାମ ସାରି ଏହି ବାଟ ଦେଇ ଦୂରଗାମୀ ଚଳାଚଳ କରାଯାଉ ବୋଲି କହିଛନ୍ତି ସ୍ଥାନୀୟ ସାମାଜିକ କର୍ମୀ ବ୍ରଜକିଶୋର ରାୟ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri