Posted inଫୁରସତ

୯୨ ବର୍ଷୀୟା ବୃଦ୍ଧାଙ୍କୁ ବିବାହ କଲେ ୯୦ ବର୍ଷୀୟ ବୃଦ୍ଧ, ସମ୍ପୂର୍ଣ୍ଣ କାହାଣୀ ଜାଣିଲେ…

କୁହାଯାଏ, ପ୍ରେମ ଜାତି, ଧର୍ମ, ବର୍ଣ୍ଣ କିଛି ମାନେନା। କିଏ କାହାସହ କେତେବେଳେ ପ୍ରେମରେ ପଡ଼ିଯାଏ ତାହା କାହାକୁ ଜଣା ନ ଥାଏ। ଠିକ୍‌ ସେମିତି ୯୦ ବର୍ଷ ବୟସରେ ଜଣେ ବ୍ୟକ୍ତି ନିଜଠାରୁ ଦୁଇ ବର୍ଷ ବଡ଼ ମହିଳାଙ୍କ ପ୍ରେମରେ ପଡ଼ିଥିଲେ। ତାଙ୍କର ଏହି ପ୍ରେମକୁ ବୟସର ଅପରାହ୍ନରେ ସ୍ବୀକୃତି ଦେଇଥିଲେ।

ଏକ ରିପୋର୍ଟ ଅନୁଯାୟୀ, ବୃଦ୍ଧ ଦମ୍ପତି (୯୦ ବର୍ଷ)ରେ ବିବାହ କରିଛନ୍ତି। ବିବାହ ପୂର୍ବରୁ ଦୁହେଁ ୩୭ ବର୍ଷ ଧରି ପରସ୍ପର ସହ ରହୁଥିଲେ। କିନ୍ତୁ ଯେତେବେଳେ ଏହି ସାଥୀମାନଙ୍କ ମଧ୍ୟରୁ ଜଣେ ହୃଦ୍‌ଘାତରେ ପୀଡ଼ିତ ହୋଇଥିଲେ ସେମାନେ ବିବାହର ଆବଶ୍ୟକତା ଅନୁଭବ କଲେ। ସେ ସେହି ସମୟରେ ଅନୁଭବ କଲେ ଯେ, ବର୍ତ୍ତମାନ ତାଙ୍କୁ ଏକ ବନ୍ଧନରେ ବାନ୍ଧିହେବା ଆବଶ୍ୟକ। ଲୋକମାନେ ଏହି ଦମ୍ପତିଙ୍କୁ ମୋ ଏବଂ ଜୋ ବୋଲି ମଧ୍ୟ ଡାକନ୍ତି।

ଜୋନ ଓରିସ ଦୁଇ ସନ୍ତାନର ମା’ ଏବଂ ତାଙ୍କର ୬ ନାତିନାତୁଣୀ। ମୋରିସ ଏବଂ ଜୋନ୍‌ ଦୀର୍ଘ ସମୟ ଧରି ପରସ୍ପରକୁ ଜାଣିଥିଲେ ଏବଂ ଜୋନ ମୋରିସ୍‌ଙ୍କୁ ବିବାହ ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ। ଏହି ସମୟରେ ଯେତେବେଳେ ଗତବର୍ଷ ତାଙ୍କର ହୃଦ୍‌ଘାତ ହୋଇଥିଲା, ଜୋନ ହୃଦୟଙ୍ଗମ କରିଥିଲେ ଯେ, ତାଙ୍କର ଅଧିକ ସମୟ ନାହିଁ ଏବଂ ସେ ବିବାହ କରିବା ଉଚିତ୍‌। ଯେତେବେଳେ ମୋରିସ ତାଙ୍କ ଅନୁମୋଦନ ବିଷୟରେ ଜାଣିଲେ, ସେ ମଧ୍ୟ ଚକିତ ହୋଇଗଲେ। ସେମାନେ ଏକ ଚର୍ଚ୍ଚରେ ବିବାହ କରିଥିଲେ ଏବଂ ବର୍ତ୍ତମାନ ସେମାନେ ସ୍ତ୍ରୀ-ସ୍ବାମୀ ଭାବରେ ରହୁଛନ୍ତି।

ଏହାପୂର୍ବରୁ ଜୋନ୍‌ ଦୁଇଥର ବିବାହ କରିଥିଲେ। ତାଙ୍କର ପ୍ରଥମ ବିବାହ ବିଚ୍ଛେଦ ହୋଇଥିଲା। ପରେ ଦ୍ୱିତୀୟ ବିବାହ କରିଥିଲେ ଜୋନ୍‌। ଦ୍ୱିତୀୟ ସ୍ବାମୀଙ୍କର ମଧ୍ୟ ୫୦ ବର୍ଷ ବୟସରେ ମୃତ୍ୟୁ ଘଟିଥିଲା। ପରେ ସେ ମୋରିସଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିଲେ। ଏବେ ବୟସର ଅପରାହ୍ନରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri