Categories: ଫୁରସତ

୮୬ ବର୍ଷୀୟ ବୃଦ୍ଧ ଦେଖାଇଲେ କମାଲ, ଯବାନ ବି ପଡ଼ିଯିବେ ପଛରେ

ଆମେରିକାର ନ୍ୟୁଜର୍ସିରେ ରହୁଥିବା ଜଣେ ୮୬ ବର୍ଷୀୟ ବୃଦ୍ଧ ଏମିତି କିଛି କରି ଦେଖାଇଛନ୍ତି ଯାହା ଯବାନ ମଧ୍ୟ କରିପାରିବେ ନାହିଁ। ଟୋନି ଡାଣ୍ଡେଓ ନାମକ ଏହି ବୃଦ୍ଧ ଜଣକ ଅଶ୍ୱ ଚାଳନା ଜିତି ରେକର୍ଡ ସୃଷ୍ଟି କରିଛନ୍ତି।

ଟୋନି ଶୁକ୍ରବାର ଫ୍ରିହୋଲ୍ଡ ରେସ୍‌ରେ ବିଜୟ ଲାଭ କରିଛନ୍ତି। ସେ ଜଜ୍‌ ମ୍ୟାକ୍‌ଣ୍ଡେଲ୍‌ସଙ୍କ ଦ୍ୱାରା ପୂର୍ବରୁ କରାଯାଇଥିବା ରେକର୍ଡ ଭାଙ୍ଗିଛନ୍ତି। ୧୯୯୪ ମସିହାରେ ୮୩ ବର୍ଷରେ ମ୍ୟାକ୍‌ଣ୍ଡେଲ୍‌ସ ସ୍କୁଟର ଚାଳନାରେ ରେକର୍ଡ କରିଥିଲେ। ଏବେ ଟୋନି ୮୬ ବର୍ଷରେ ତାଙ୍କଠାରୁ ଅଧିକ କମାଲ କରିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Share