ଅଟକିଛି ୮ରେଳ ପ୍ରକଳ୍ପ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ ରେଳ ପ୍ରକଳ୍ପ କଚ୍ଛପ ଗତିରେ ଚାଲିଛି। ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ଦେଶର ଅଷ୍ଟମ ବୃହତ୍‌ ରାଜ୍ୟ ହୋଇଥିଲେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ରେଳ ସାନ୍ଧ୍ରତା କ୍ଷେତ୍ରରେ ବହୁ ପଛରେ ରହିଛି। ଏପରି କି ଦେବଗଡ଼, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲାଗୁଡ଼ିକୁ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ରେଳ ସଂଯୋଗ ହୋଇପାରି ନାହିଁ। ରାଜ୍ୟର ବିଭିନ୍ନ ଭାଗରେ ରେଳ ମନ୍ତ୍ରଣାଳୟ ଦ୍ୱାରା ଯେଉଁ ପ୍ରକଳ୍ପ ଆରମ୍ଭ କରାଯାଉଛି ଆନ୍ତରିକତା ଅଭାବ ଯୋଗୁ ତାହା ଦୀର୍ଘ ବର୍ଷ ପରେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ଜମି ଅଧିଗ୍ରହଣ ଏବଂ ଜଙ୍ଗଲ ଅନୁମତି ଆଳରେ ପ୍ରକଳ୍ପ ବର୍ଷ ବର୍ଷ ଧରି ପଡ଼ିରହୁଛି।
ରାଜ୍ୟ ପରିବହନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମତି ପାଇଁ ୮ଟି ରେଳ ପ୍ରକଳ୍ପ ଦୀର୍ଘ ବର୍ଷ ହେବ ଅଧାରେ ପଡ଼ିରହିଛି। ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର, ତାଳଚେର-ବିମଳାଗଡ଼ ଭଳି ପ୍ରକଳ୍ପ ଦୁଇ ଦଶନ୍ଧି ବିତିବା ପରେ ମଧ୍ୟ ଶେଷ ହୋଇ ପାରୁନାହିଁ। ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର ପ୍ରକଳ୍ପ କାର୍ଯ୍ୟ ୧୯୯୬ରେ ଆରମ୍ଭ ହୋଇଥିଲା। ଦୀର୍ଘ ୨୫ ବର୍ଷ ପରେ ମଧ୍ୟ ଏହି ରେଳଲାଇନ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ୩୨୫.୬ କିମି ରେଳଲାଇନ ମଧ୍ୟରୁ ଏ ପର୍ଯ୍ୟନ୍ତ ମାତ୍ର ୬୮ କିଲୋମିଟର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହି ପ୍ରକଳ୍ପ ପାଇଁ ବେସରକାରୀ ଜମି ଅଧିଗ୍ରହଣ ସମସ୍ୟା ସୃଷ୍ଟି କରିଛି। ପ୍ରକଳ୍ପ ପାଇଁ ଆହୁରି ୮୮.୨୪୭ ଏକର ଜମି ଯୋଗାଇ ଦେବାକୁ ବାକି ରହିଛି। ପ୍ରକଳ୍ପ କାର୍ଯ୍ୟ କେବେ ସରିବ ତାହା ମଧ୍ୟ ଅନିଶ୍ଚିତତା ଭିତରେ ରହିଛି। ସେହିପରି ୧୫୦ କିମି ତାଳଚେର -ବିମଳାଗଡ଼ ରେଳ ପ୍ରକଳ୍ପ ୨୦୦୩-୦୪ରେ ଆରମ୍ଭ ହୋଇଥିଲା। ୧୭ ବର୍ଷ ପରେ ମଧ୍ୟ ଏହା ଅସମ୍ପୂର୍ଣ୍ଣ ହୋଇ ରହିଛି। ଏହି ପ୍ରକଳ୍ପ ପାଇଁ ଅଧା ଜମି ମଧ୍ୟ ଅଧିଗ୍ରହଣ ହୋଇ ନାହିଁ। ଖଣିଜ ସମ୍ପଦ ଭରା ଅନୁଗୋଳ ଜିଲା ପାଇଁ ଏହି ରେଳପଥ ଗୁରୁତ୍ୱ ବହନ କରୁଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ହେଲେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସମସ୍ୟା ହୋଇଛି। ପ୍ରକଳ୍ପ ପାଇଁ ଆବଶ୍ୟକ ସମୁଦାୟ ୯୮୭.୧୦୫ ଏକର ଜମିରୁ ୪୯୭.୦୬ ଏକର ଜମି ଯୋଗାଇ ଦିଆଯାଇଛି। ଆହୁରି ୪୯୦.୦୪୫ ଏକର ଜମି ଯୋଗାଇ ଦେବାକୁ ବାକି ରହିଛି।
ସେହିପରି ଆଦୌ ରେଳଲାଇନ ନ ଥିବା ମାଲକାନଗିରି ଓ ନବରଙ୍ଗପୁର ଜିଲାରେ ହେବାକୁ ଥିବା ଜୟପୁର-ନବରଙ୍ଗପୁର ଏବଂ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ସ୍ଥାଣୁ ଅବସ୍ଥାରେ ରହିଛି। ଏଥିପାଇଁ ଆବଶ୍ୟକ ହେଉଥିବା ୧୭୭୦.୩୪୯ ଏକର ଘରୋଇ ଜମିରୁ କାଣିଚାଏ ବି ଅଧିଗ୍ରହଣ କରାଯାଇ ନାହିଁ। ତାଳଚେର-ସମ୍ବଲପୁର ଦ୍ୱିତୀୟ ରେଳଲାଇନ, ସାଲେଗାଁଓ- ବୁଢ଼ାପଙ୍କ ତୃତୀୟ ଓ ଚତୁର୍ଥ ରେଳଲାଇନ, ସମ୍ବଲପୁର-ଟିଟିଲାଗଡ଼ ଦ୍ୱିତୀୟ ରେଳଲାଇନ ଏବଂ ଟିଟିଲାଗଡ଼- ବିଜୟନଗରମ୍‌ ତୃତୀୟ ରେଳଲାଇନ କାମ ମଧ୍ୟ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ଅଟକି ରହିଛି। ଜମି ଯୋଗାଇବାରେ ବିଳମ୍ବ ହେଉଥିବାରୁ କାମ ଆଗେଇ ପାରୁ ନ ଥିବା ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ କହୁଛନ୍ତି। ଏକଥାକୁ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ସ୍ବୀକାର କରିଛନ୍ତି। ଜମି ଅଧିଗ୍ରହଣ ଭୂ-ଅର୍ଜନର ବିଭିନ୍ନ ଧାରା ଅନୁଯାୟୀ କରାଯାଇଥାଏ । ଏହା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପାଦନ କରାଯାଏ। ଏଥିଯୋଗୁ ଜମି ଅଧିଗ୍ରହଣ ବିଳମ୍ବ ହେଉଥିବା ନେଇ ମନ୍ତ୍ରୀ ବିଧାନସଭାରେ ଦେଇଥିବା ଉତ୍ତରରେ କହିଛନ୍ତି। ସେହିପରି ଦେବଗଡ଼, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି ଜିଲାରେ ମଧ୍ୟ ରେଳ ସଂଯୋଗ ନାହିଁ। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ବଜେଟରେ ଅର୍ଥ ବରାଦ କରିବାକୁ ପ୍ରତି ବର୍ଷ କହି ଆସୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଇରାନକୁ ଭୟଙ୍କର ଧମକ ଦେଲେ ଟ୍ରମ୍ପ, ଶୁଣିକି ଥରହର ହେଲା…..

ତେହରାନ,୩୦ା୩: ଇରାନ ସହିତ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ଧମକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ…

ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…

ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ…

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri