୪୮ଦିନର କାମ ୪ ବର୍ଷରେ ସରୁନି

ଖଡିଆଳ,୧୦।୧: ନୂଆପଡ଼ା ଜିଲା ଖଡିଆଳ ବ୍ଲକ ବିରିଘାଟ ପଞ୍ଚାୟତ ଗଦାପଦର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣାଧୀନ ଘର ୪ ବର୍ଷ ପରେ ସମ୍ପୂର୍ଣ୍ଣ ନ ହୋଇ ପଡ଼ିରହିିଛି। ଗଦାପଦର ଗ୍ରାମର ବୃଦ୍ଧା କୁନ୍ଧନେ ମାଝି(୮୦)ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୭-୧୮ରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଗୃହ ନିର୍ମାଣ ପାଇଁ ପଞ୍ଚାୟତ ଜିଓଟେକ ନିଜେ ଠିକାରେ ନେଇଥିଲେ। ତୁରନ୍ତ ନିର୍ମାଣ କରିବାକୁ କହି ଘର ଫାଉଣ୍ଡେଶନ ବାବଦକୁ ପ୍ରଥମ କିସ୍ତି ୧୩ ଡିସେମ୍ବର, ୨୦୧୮ରେ ୨୦ ହଜାର ଟଙ୍କା ସମ୍ପୃକ୍ତ ଜିଓଟେକଙ୍କୁ ଦେଇଥିଲେ। ଟଙ୍କା ପାଇ ଗୋଟିଏ ବର୍ଷ ଗୃହ କାର୍ଯ୍ୟ କରି ନ ଥିଲେ। ଅନ୍ୟ ଲୋକଙ୍କ ଫାଉଣ୍ଡେଶନ ଫଟୋ ଦେଖାଇ ପୁଣି ଥରେ ୧୬ ଜୁଲାଇ, ୨୦୧୯ରେ ଦ୍ୱିତୀୟ କିସ୍ତି ୩୫ ହଜାର ଟଙ୍କା ଉଠାଇଥିଲେ ମଧ୍ୟ ଘର କାମ କରି ନ ଥିଲେ। ଜିଓଟେକ ଚଳିତ ବର୍ଷ ଘର କାମ ୬ ଫୁଟ ପର୍ଯ୍ୟନ୍ତ ଉଠାଇ ଅର୍ଦ୍ଧନିର୍ମିତ ଭାବେ ଛାଡି ଦେଇଛନ୍ତି। ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ୮୪ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନା ଅନୁଯାୟୀ ଦୈନିକ ୧୯୮ ଟଙ୍କା ହିସାବରେ ୨୦ ହଜାର ୫୧୦ ଟଙ୍କା ବିଲ ହୋଇସାରିଛି। ମୋଟ ୭୫ ହଜାର ୫୧୦ ଟଙ୍କା ଗୃହ ନିର୍ମାଣ ବାବଦକୁ ଉଠାଣ ହୋଇଛି। ଏପରି କି କୁନ୍ଧନେଙ୍କ ଦୁଇଟି କୋଠରି ନିର୍ମାଣ କରୁଥିବା ବେଳେ ୩ କୋଠରି ଥିବା ଫଟୋ ଦେଇ ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ବିଧବା ବୃଦ୍ଧାଙ୍କ ଘର ନ ଥିବାରୁ ଅନ୍ୟ ଘରେ ଆଶ୍ରୟ ନେଉଛନ୍ତି। ଏ ନେଇ ଖଡିଆଳ ବିଡିଓ ଉତ୍ତମ କୁମାର ବାଗଙ୍କୁ ପଚାରିବାରୁ ପଞ୍ଚାୟତସ୍ତରରେ ମିଶନ ଶକ୍ତି ନାମରେ ଟ୍ରେନିଂ କ୍ୟାମ୍ପ କରାଯାଇଛି। ଏଥିରେ ହିତାଧିକାରୀଙ୍କ ସମସ୍ୟା କ’ଣ ଅଛି ସେ ନେଇ ସମାଧାନ କରି ଅର୍ଦ୍ଧନିର୍ମିତ ଗୃହଗୁଡିକ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ପାଇଁ ପାଗଳ! ଟିମକୁ ଚିୟର କରିବାକୁ ୬ ପ୍ରଶଂସକ ଖର୍ଚ୍ଚ କରିଦେଲେ ରୋଜଗାରର ଏତିକି ଟଙ୍କା

ନୂଆଦିଲ୍ଲୀ,୨୧।୨: ଜିମ୍ବାୱେ 2026 T20 World Cupରେ ଏକ ବଡ଼ ବିପର୍ଯ୍ୟୟ ଆଣିଛି। ଗ୍ରୁପ ପର୍ଯ୍ୟାୟରେ ଅପରାଜିତ ରହି, ସେମାନେ ଏବେ ସୁପର ୮ରେ ପହଞ୍ଚିଛନ୍ତି। ସେମାନେ…

ଭଡ଼ାଘରୁ ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ଙ୍କ ମୃତଦେହ ଜବତ, ପାଟିରୁ ବହାରିଛି ରକ୍ତ, ୨ ରୁମ୍‌ମେଟ୍‌ ଅଟକ

ରାଉରକେଲା,୨୧ା୨(ସଙ୍ଗୀତା ଜେନା): ଶନିବାର ରାଉରକେଲାର ସିଭିଲ ଟାଉନ୍‌ଶିପ୍‌ ଅଞ୍ଚଳର ଏକ ଭଡ଼ାଘରୁ ଜଣେ ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ ଭାଗିରଥୀ ସାହୁଙ୍କ ମୃତଦେହ ଜବତ କରାଯାଇଛି, ଯାହା ସ୍ଥାନୀୟ ଅଞ୍ଚଳରେ…

ଚତୁର୍ଥ ବିବାହ କରିବେ ଶୋଏବ ମଲ୍ଲିକ! ଏହି ଅଭିନେତ୍ରୀଙ୍କୁ…

ଇସଲାମାବାଦ୍‌,୨୧।୨: ପୂର୍ବତନ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଶୋଏବ ମାଲିକ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ମଲିକ ୨୦୨୪ ଆରମ୍ଭରେ ତୃତୀୟ ଥର ପାଇଁ ପାକିସ୍ତାନୀ…

ରାଜଧାନୀକୁ ପୁଣି ଦୋହଲାଇ ଦେବାକୁ ଟାର୍ଗେଟ କଲେଣି ଆତଙ୍କବାଦୀ, ଆଲର୍ଟରେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ,୨୧।୨: ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଣି ଥରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସତର୍କ ସୂଚନା ଜାରି କରିଛନ୍ତି। ଗୁଇନ୍ଦା ସୂତ୍ରରୁ ସୂଚନା ଦିଆଯାଇଛି…

୧୫ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଆଲର୍ଟ, ଝଡବର୍ଷା ହେବା ନେଇ ଚେତାଇଲା IMD

ନୂଆଦିଲ୍‌ଲୀ,୨୧।୨: ସାରା ଦେଶରେ ଗ୍ରୀଷ୍ମ ଋତୁ ଆସିସାରିଛି, ଏବଂ ଏବେ, ଖରା ପାଗ ସତ୍ତ୍ୱେ, ପ୍ରବଳ ଗରମ ଅନୁଭୂତ ହେବା ଆରମ୍ଭ ହୋଇଛି। ଦିଲ୍ଲୀ, ପଞ୍ଜାବ ଏବଂ…

ବୁଲେଟକୁ ଧକ୍କା ଦେଲା ବାଇକ: ଆଉ ତା’ପରେ…

ଭଞ୍ଜନଗର,୨୧।୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସମ୍ମୁଖରେ ଶନିବାର ସକାଳେ ଏକ ବୁଲେଟ ଗାଡ଼ି ସହ ବାଇକ ମଧ୍ୟରେ ଧକ୍କା ହୋଇଛି।…

୫ ବର୍ଷ ବିତିଗଲା, ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି ଏମଏସଏମଇ ପାର୍କ

କେସିଙ୍ଗା,୨୧।୨(ତୁମେଶ୍ୱେର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କୁର୍ଲୁପଡାଗ୍ରାମସ୍ଥିତ ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟାନ (ଏମଏସଏମଇ) ନିର୍ମାଣ କରିବା ପାଇଁ ୧୨ କୋଟି ଟଙ୍କା…

ଜମିରେ ପଡ଼ିଛି ମୃତଦେହ, ଉପରେ ପଡ଼ିଛି ସାଇକେଲ, ହତ୍ୟା ଅଭିଯୋଗ ଆଣି…

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଜିଲା ବାରକୋଟ ଥାନା ଦଣ୍ଡାସିଂହା ଗ୍ରାମ ନିକଟ ରାସ୍ତାକଡ଼ରୁ ଏକ ମୃତଦେହ ଜବତ ହୋଇଛି। ମୃତକ ଦଣ୍ଡାସିଂହା ଗ୍ରାମର ଶଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri