Posted inଜାତୀୟ

ସର୍ବକନିଷ୍ଠ ରାଷ୍ଟ୍ରମୁଖ୍ୟ

ନୂଆଦିଲ୍ଲୀ, ୨୨ା୭:ଓଡ଼ିଶାର ମୟୂରଭଞ୍ଜ ଜିଲା ରାଇରଙ୍ଗପୁରରୁ ରାଇସିନା ହିଲ୍‌ ଯାତ୍ରା ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସହଜ ନ ଥିଲା। କାଉନସିଲରରୁ ପୌରାଧ୍ୟକ୍ଷା, ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ହେବା ପରେ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହେବାର ସୌଭାଗ୍ୟ ଲାଭ କରିଥିଲେ ଦ୍ରୌପଦୀ। ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ଥାନରେ ପଞ୍ଚଦଶ ରାଷ୍ଟ୍ରମୁଖ୍ୟ ଭାବେ ସୋମବାର ସେ ଶପଥ ନେବେ। ଏହି ୬୪ ବର୍ଷୀୟା ଧର୍ମପରାୟଣା ମହିଳା ଦେଶର ସର୍ବକନିଷ୍ଠ ତଥା ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି।
ଦ୍ରୌପଦୀ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ସେ ଟୁଇଟ୍‌ କରି ଲେଖିଛନ୍ତି, ଭାରତ ଇତିହାସ ରଚିଛି। ୧୩୦ କୋଟି ଭାରତୀୟ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଥିବାବେଳେ ପୂର୍ବ ଭାରତର ଆଦିବାସୀ ସମୁଦାୟର ଜଣେ ଝିଅ ଆମ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସେ ଆମ ନାଗରିକ ବିଶେଷକରି ବଞ୍ଚିତ ଓ ପଛୁଆବର୍ଗର ଲୋକଙ୍କ ପାଇଁ ଆଶାର କିରଣ ଭଳି ଉଭା ହୋଇଛନ୍ତି।
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହାକୁ ଦେଶ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ଅଭିହିତ କରିଛନ୍ତି। ଦ୍ରୌପଦୀ ନିଃସ୍ବାର୍ଥପର ଭାବେ ଦେଶସେବାରେ ନିଜକୁ ଉତ୍ସର୍ଗ କରି ସଂଘର୍ଷ କରିବା ଏବଂ ସଫଳତା ଶୀର୍ଷକୁ ଛୁଇଁବା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ବୋଲି ସେ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମତରେ ଦ୍ରୌପଦୀଙ୍କ ବିଜୟ ଭାରତୀୟ ଗଣତନ୍ତ୍ରର ଦୃଢ଼ତାକୁ ପ୍ରତିପାଦିତ କରିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା କହିଛନ୍ତି, ଆଦିବାସୀ ପୃଷ୍ଠଭୂମିରୁ ଆସି ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ଦେଶପାଇଁ
ଏକ ସ୍ବର୍ଣ୍ଣିମ ମୁହୂର୍ତ୍ତ। ଦ୍ରୌପଦୀଙ୍କ ପ୍ରଶାସନିକ ତଥା ସାମାଜିକ କ୍ଷେତ୍ରରେ ଅଭିଜ୍ଞତା ଏବଂ ସାମର୍ଥ୍ୟରୁ ଦେଶ ଲାଭାନ୍ବିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri