ଘୋଡ଼ାରେ ଚଢ଼ି ୬୨ ବର୍ଷୀୟ ପ୍ରାର୍ଥୀଙ୍କ ପ୍ରଚାର

କେନ୍ଦ୍ରାପଡ଼ା ଅଫିସ, ୨୯ା୧: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ପଞ୍ଚାୟତ ସମିତିସଭ୍ୟ ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କ ଭୋଟ ଭିକ୍ଷା ଭିଡିଓ ଏବେ ଜିଲାରେ ଭାଇରାଲ ହେବାରେ ଲାଗିଛି। ସାହୁ କାହିଁକି ପ୍ରାର୍ଥୀ ହୋଇଛନ୍ତି କହିବା ପାଇଁ ଘୋଡ଼ାର ସାହାରା ନେଇଛନ୍ତି। ଘୋଡ଼ା ପିଠିରେ ବସି ଘରକୁ ଘର ବୁଲି ପ୍ରାର୍ଥତ୍ତ୍ୱ ସମ୍ପର୍କରେ ବୁଝାଉଛନ୍ତି। ୬୨ ବର୍ଷୀୟ ଏହି ପ୍ରାର୍ଥୀଙ୍କ ପ୍ରଚାରକୁ ପଞ୍ଚାୟତବାସୀ ମନଭରି ଉପଭୋଗ କରୁଛନ୍ତି। ବିଶେଷ କରି ନୂତନ ଓ ଯୁବବର୍ଗ ଭୋଟର ଘୋଡ଼ା ପଛରେ ରହି ପ୍ରଚାରକୁ ଆଗକୁ ନେଉଛନ୍ତି। ଏ ସମ୍ପର୍କରେ ପ୍ରାର୍ଥୀ ସାହୁ କୁହନ୍ତି, ରାଜ୍ୟ ସରକାର କୋଭିଡ୍‌-୧୯ କଟକଣା ଜାରି କରିଛନ୍ତି। ଏଥିସହ ରାଜ୍ୟ ନିର୍ବାଚନ କମିଶନ ମାତ୍ର ୫ ଜଣଙ୍କୁ ସାଙ୍ଗରେ ଧରି ପ୍ରାର୍ଥୀଙ୍କୁ ପ୍ରଚାର ପାଇ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ କଟକଣାକୁ ଗୁରୁତ୍ୱ ଦେଇ ଘୋଡ଼ାରେ ପ୍ରଚାର ସହଜ ଓ ସୁବିଧା ହେଉଛି। ଅପରପକ୍ଷରେ ପ୍ରଚାରରେ ଅଧିକାଂଶ ପ୍ରାର୍ଥୀ ବାଇକ୍‌ ଓ ୪ ଚକିଆ ଗାଡି ବ୍ୟବହାର କରୁଛନ୍ତି। ଅତ୍ୟଧିକ ତେଲ ଦରକୁ ବିରୋଧ କରୁଥିବା ଜଣେ ଶୁଭେଚ୍ଛୁ ଏହି ଘୋଡାକୁ ପ୍ରଚାର କାର୍ଯ୍ୟରେ ଲଗାଇବା ପାଇଁ ଦେଇଛନ୍ତି। ଘୋଡା କେବଳ ନିର୍ବାଚନୀ ପ୍ରଚାର ଖର୍ଚ୍ଚକୁ କମ କରିନାହିଁ, ବରଂ ଭୋଟରଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି। ପ୍ରଚାର ସମୟରେ ତେଲ ଦର ବୃଦ୍ଧିକୁ ବିରୋଧ କରୁଛି। ସାନଜରିଆ ପଞ୍ଚାୟତର ଭୋଟର ରଘୁନନ୍ଦନ ଦାସ, ଜୟନ୍ତ ସାହୁ କୁହନ୍ତି, ଶ୍ରୀକାନ୍ତଙ୍କ ଏହି ଅଭିନବ ନିର୍ବାଚନ ପ୍ରଚାର କୌଶଳ ସମସ୍ତଙ୍କୁ ଆକର୍ଷିତ କରିଛି। ଯେଉଁଠିକୁ ଗଲେ ପ୍ରତ୍ୟେକ ସ୍ଥାନରେ ଭୋଟରମାନେ ଅଟକାଇ ରଖୁଛନ୍ତି। ପ୍ରଚାର ସମୟର ଘୋଡା ଚଢ଼ା ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ସୂଚନାଯୋଗ୍ୟ, ଶ୍ରୀକାନ୍ତ ଗତ ପଞ୍ଚାୟତ ନିର୍ବାଚନରେ ଅରଡପଲ୍ଲୀରୁ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଏଥର ଅରଡପଲ୍ଲୀ ଅନୁସୂଚିତ ବର୍ଗଙ୍କ ପାଇଁ ସଂରକ୍ଷଣ ଥିବାରୁ ସାହୁ ସାନଜରିଆରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri