୬୦ ବର୍ଷୀୟ ଅଭିଯୁକ୍ତଙ୍କୁ ଦୁଇ ବର୍ଷ ଜେଲ

ଫୁଲବାଣୀ ଅଫିସ, ୧୦ା୨: ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ ପୋକ୍‌ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୧୫ ହଜାର ଟଙ୍କା ଜରିମାନା କରିଛନ୍ତି। ଏହା ଅନାଦାୟ ଅଧିକ ୪ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବାଲିଗୁଡା ଥାନା ଅଞ୍ଚଳର ହରିବନ୍ଧୁ ପାତ୍ର(୬୦)। ୨୦୧୬ ନଭେମ୍ବର ୨୬ ତାରିଖରେ ନାବାଳିକା ଜଣକ ଘରେ ଏକୁଟିଆ ଥିଲେ ା ହରିବନ୍ଧୁ ଘରେ ପଶି ତାଙ୍କୁ ବଳାତ୍କାର କରିଥିଲେ। ଘଟଣା ବିଷୟରେ କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ନାବାଳିକା ଜଣକ ବାରମ୍ବାର ବଳାତ୍କାରର ଶୀକାର ହେବା ପରେ ଗର୍ଭବତୀ ହୋଇଥିଲେ ା ଏହା ଜଣାପଡିବା ପରେ ଗ୍ରାମରେ ବୈଠକ ବସିଥିିଲା ା କିନ୍ତୁ ହରିବନ୍ଧୁ ସେଠାରେ ନିଜ ଦୋଷ ସ୍ବୀକାର କରିବାକୁ ନାରାଜ ଥିଲେ। ପୀଡ଼ିତା ଜଣକ ୨୦୧୭ ମାର୍ଚ୍ଚ ୩୦ରେ ବାଲିଗୁଡା ଥାନାରେ ଏତାଲା ଦେଇଥିଲେ। ପୋଲିସ ୪୩/୧୭ରେ ମାମଲା ରୁଜୁ କରି ହରିବନ୍ଧୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ା ୯ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

ସ୍ଥାନୀୟ ପ୍ରଶାସନକୁ କଥା ଦେଇ କଥା ରଖିଲାନି ଠିକାସଂସ୍ଥା: ମରାମତି ନୋହିଲା ଷ୍ଟ୍ରିଟ୍‌ ଲାଇଟ୍‌, ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଆଉ କିଛି ଦିନ ପରେ ପାଳିବ ଶୀତ ମହୋତ୍ସବ। ଏଥିପାଇଁ ପ୍ରଶାସନ ପକ୍ଷରୁ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି: ଅଣ୍ଟା ଭିଡିଲେଣି ବିଡିଓ, କହିଲେ ଏଥର ମଞ୍ଚ ଦୁଲୁକିବ…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବକୁ ନେଇ ଜିଲା ତଥା ଜଲା ବାହାରେ ଉତ୍କଣ୍ଠା ବଢିଛି। ଶୀତ ମହୋତ୍ସବ ଦାରିଙ୍ଗବାଡି...

ବୃଦ୍ଧାବସ୍ଥାରେ ଜୀବନଟା କଷ୍ଟଦାୟକ: ନଞ୍ଜାଙ୍କୁ ମିଳୁଛି କମ ଭତ୍ତା, ଦୁଇଓଳା ଦୁଇମୁଠା ଖାଇବା…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ବୟସ ଥିବା ସମୟରେ ଜୀବନଟା ସେତେଟା କଷ୍ଟ ଲାଗେନି କିନ୍ତୁ ବୃଦ୍ଧାବସ୍ଥା ଶରୀରକୁ ରୋଗକ୍ରାନ୍ତ କରିପକାଏ। ଏଭଳି କିଛି ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri