୧୯୯୮ରେ ମୁକ୍ତି ଲାଭ କରିଥିବା ଏହି ୬ ଟି ଫିଲ୍ମ ହୋଇଥିଲା ସୁପରହିଟ୍‌

ଭାରତର ଲୋକ ବଲିଉଡ ଚଳଚ୍ଚିତ୍ରକୁ ଅଧିକ ଭଲ ପାଆନ୍ତି । ୯୦ ଦଶକରେ ଚଳଚ୍ଚିତ୍ରରେ ଅନେକ ପରୀକ୍ଷା କରାଯାଇଥିଲା। ଏହି ସମୟରେ ଅନେକ ନୂତନ କଳାକାର ବଲିଉଡରେ ପ୍ରବେଶ କରିଥିଲେ। ୧୯୯୮ ବଲିଉଡ ଜଗତ ପାଇଁ ବହୁତ ଅସ୍ଥିର ଥିଲା। ଯେଉଁ ସମୟରେ ଅନେକ ବଡ଼ ଫିଲ୍ମ ରିଲିଜ ହୋଇଥିବା ବେଳେ ଅନେକ ଫିଲ୍ମ ହିଟ୍‌ ହୋଇ ନ ଥିଲା। ତେବେ ୧୯୯୮ରେ ରିଲିଜ ହୋଇଥିବା ସର୍ବୋତ୍ତମ ଏବଂ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ବିଷୟରେ….

ସୋଲଜର

ବବିଦେଓଲ ଏବଂ ପ୍ରୀତି ଜିଣ୍ଟାଙ୍କ ସୁପରହିଟ ଫିଲ୍ମ ସୋଲଜର ୧୯୯୮ ମସିହାରେ ମୁକ୍ତିଲାଭ କରିଥିଲା। ଏକ ଆକ୍ସନ ଫିଲ୍ମରେ ଡେବ୍ୟୁ କରିବା ପରେ ବବିଦେଓଲ ବଲିଉଡରେ ଏକ ବଡ ତାରକା ଭାବେ ପରିଚିତ ହୋଇଥିଲେ। ଏହି ଚଳଚ୍ଚିତ୍ର ତାଙ୍କ କ୍ୟାରିୟରକୁ ଏକ ନୂତନ ସଫଳତା ଦେଇଥିଲା। ଏହି ଚଳଚ୍ଚିତ୍ରଟି ପ୍ରଥମ ସପ୍ତାହରେ ୫.୪୯ ଲକ୍ଷ ଆୟ କରିଥିଲା।

କୁଛ କୁଛ ହୋତା ହୈ
୯୦ ଦଶକରେ ଶାହାରୁଖ ଖାନଙ୍କ ଚାହିଦା ବଢ଼ିଥିଲା। ଏହି ସମୟରେ ତାଙ୍କର ଅଧିକାଂଶ ଚଳଚ୍ଚିତ୍ର ସୁପରହିଟ୍‌ ହୋଇଥିଲା। ୧୯୯୮ ମସିହାରେ ସେ ଚଳଚ୍ଚିତ୍ର ‘କୁଛ କୁଛ ହୋତା ହୈ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ରୋମାଣ୍ଟିକ ଫିଲ୍ମ ଲୋକଙ୍କ ହୃଦୟ ଜିତିଥିଲା। ଏହି ଚଳଚ୍ଚିତ୍ରରେ ଶାହରୁଖଙ୍କ ସହ ରାଣୀ ମୁଖାର୍ଜୀ ଏବଂ କାଜଲ ନଜର ଆସିଥିଲେ। ଏହି ଚଳଚ୍ଚିତ୍ର ସେହି ବର୍ଷ ସର୍ବାଧିକ ଆୟ କରିଥିଲା।

ବଡ ମିଆଁ ଛୋଟେ ମିଆଁ
ଗୋବିନ୍ଦା ଏବଂ ଅମିତାଭ ବଚ୍ଚନଙ୍କ ଡବଲ ରୋଲ ସହିତ ଏହି କମେଡି ଫିଲ୍ମ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ଗୋବିନ୍ଦା ଏବଂ ଅମିତାଭ ଗୋଟିଏ ଭୂମିକାରେ ପୋଲିସ ହୋଇଥିବାବେଳେ ଅନ୍ୟ ଭୂମିକା ସହରର ସବୁଠାରୁ ଦୁର୍ଦ୍ଦାନ୍ତ ଚୋର ହୋଇ ଥିଲେ।

ପ୍ୟାର ତୋ ହେନାଇଥା
ଏହା ଅଜୟ ଦେବଗନ ଏବଂ କାଜଲଙ୍କ ଏକ କମେଡି, ରୋମାଣ୍ଟିକ ଫିଲ୍ମ। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗାନ ଚୋର ଭୂମିକାରେ ଅଭିନୟ କରିଥିଲେ। କାଜୋଲ ପ୍ୟାରିସରୁ ଭାରତକୁ ଆସି ତାଙ୍କ ପ୍ରତାରକ ପ୍ରେମିକକୁ ପାଇଛନ୍ତି। ଏହି ଚଳଚ୍ଚିତ୍ରଟିକୁ ଦର୍ଶକ ଭଲଭାବେ ଗ୍ରହଣ କରିଥିଲେ।

ମେଜର ସାବ୍‌
୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଟିନୁ ଆନନ୍ଦଙ୍କ ନିର୍ଦ୍ଦେଶିତ ଏକ ବଲିଉଡ ଆକ୍ସନ ଡ୍ରାମା ଫିଲ୍ମ। ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ଅଜୟ ଦେବଗନ, ସୋନାଲି ବେନ୍ଦ୍ରେ ଏବଂ ନାଫିସା ଅଲି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟିକୁ ୧୯୯୮ ମସିହାରେ ହିଟ ଫିଲ୍ମ ଭାବେ ବିବେଚନା କରାଯାଇଥିଲା।

ଗୁଲାମ
ଆମୀର ଖାନ ଏବଂ ରାନୀ ମୁଖାର୍ଜୀଙ୍କ ଅଭିନିତ ଏହି ଫିଲ୍ମରେ ବିକ୍ରମ ଭଟ୍ଟ ନିର୍ଦ୍ଦେଶନା ଦେଇଥିଲେ। ଏହା ୧୯୮୮ ଚଳଚ୍ଚିତ୍ର ପାଶାର ରିମେକ ଥିଲା। ଯଦିଓ ଚଳଚ୍ଚିତ୍ର ଦର୍ଶକଙ୍କୁ ସେତିକି ପସନ୍ଦଆସ ିନ ଥିଲ , ମାତ୍ର ଆୟ କରିବାରେ ଏହା ପଛରେ ନଥିଲା।

Share